Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗିରଫ ହେଲେ ଡକାୟତି ଗ୍ୟାଙ୍ଗ୍

by ସଞ୍ଜୟ ସ୍ୱାଇଁ
June 18, 2021
in Crime, State
ଗିରଫ ହେଲେ ଡକାୟତି ଗ୍ୟାଙ୍ଗ୍
407
VIEWS
Share on FacebookShare on Twitter

ଭବାନୀପାଟଣା, (ବାଘୁଆବାର୍ତ୍ତା): ଜୟପାଟଣା ପୁଲିସ କୁ ବଡ଼ ସଫଳତା। ୯ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ପୁଲିସ। ୮ଦିନ ତଳେ ହୋଇଥିବା ଡକାୟତି ଗ୍ୟାଙ୍ଗକୁ ଜୟପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଡକାୟତି ଦଳଙ୍କ ଠାରୁ ୧୮ ଗ୍ରାମ ସୁନା, ନଗଦ ୨୫ ହଜାର ଟଙ୍କା, ୬ଟି ମୋବାଇଲ ଓ ଚାରିଟି ବାଇକ ଜବତ କରାଯାଇଛି। ତେବେ ଏହି ଗ୍ୟାଙ୍ଗର ଆଉ ୫ଜଣ ଏବେ ବି ଫେରାର ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ୧୦ ତାରିଖ ଗୁରୁବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ର ଦେଖାଇ ପ୍ରତାପପୁର ଗ୍ରାମପଞ୍ଚାୟତ ନୂଆଗୁଡ଼ା ଗ୍ରାମ ଇନ୍ଦ୍ରାବତୀ ବାମ କେନାଲ ନିକଟରେ ଥିବା ଶିକ୍ଷକ ଭକ୍ତରାମ ଗୋନ୍ତିଆଙ୍କ ଘରୁ ୫ଲକ୍ଷ ୮୫ହଜାର ଟଙ୍କା ଓ ୫ଭରି ସୁନା ଚୋରି କରି ନେଇଥିଲେ। ଏ ନେଇ ଜୟପାଟଣା ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲେ ଥାନା ଅଧିକାରୀ ରଶ୍ମିତା ପ୍ରଧାନ। ଏହାପରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଓ ଜୟପାଟଣା ପୁଲିସକୁ ନେଇ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ଡକାୟତି ଘଟଣାର ମାତ୍ର ୮ଦିନ ପରେ ଆଜି ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ଜୟପାଟଣା ପୁଲିସ ଓ ଟିମ୍। ଗରିଫ ଡକାୟଙ୍କ ମଧ୍ୟରେ ୮ଜଣ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଜଣେ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଗିରଫମାନେ ହେଲେ ବାବୁଲା ହରିଜନ(୨୦), ସୁନୀଲ ହରିଜା(୨୫), ନଗେଶ୍ୱର ରାଓ(୫୫), ସମୀର ନାଗ(୨୨), ନବରଙ୍ଗପୁର ଜିଲ୍ଲା ର ହୋଇଥିବା ବେଳେ ଚନ୍ଦ୍ର ଗୌଡ଼(୩୦) ଓ ମାଧବ ଗଣ୍ଡା(୨୭), କୋରାପୁଟ ଓ ଉଗ୍ରେ ହରିଜନ (୩୫) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପାବଳୀ ଗ୍ରାମର ବୋଲି ସୂଚନା ମିଳିଛି। ଜୟପାଟଣା ଥାନାରେ ଏ ନେଇ କେଶ ନମ୍ବର ୧୭୦/୨୧ ରେ ଆପିସି ୩୯୫ ରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ନାମରେ ୩୯୫,୩୯୭,୪୦୦,୪୧୨,୨୨୧ ଓ ୨୭ ଆର୍ମ ଆକ୍ଟ ଲଗାଯାଇଛି। ସେହିପରି ଫେରାର୍ ଥିବା ଆଉ ୫ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!