ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ମହାନତା ଦେଖିବାକୁ ମିଳିଛି । ସୂଚନାନୁସାରେ, ଜାମ୍ମୁ-କାଶ୍ମୀରର ବନ୍ଦିପୋରା ଜିଲ୍ଲାର ଲାଇଇନ୍ ଅଫ୍ କଣ୍ଟ୍ରୋଲ ଏଲଓସି ନକଟରେ ଥିବା ଏକ ସୁଦୁର ଗ୍ରାମକୁ ପରିଦର୍ଶନ କରିବା ପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଯାଇଥିଲେ । ସେଠାରେ ଥିବା ବିଦ୍ୟାଳୟକୁ ଦେଖୀ ନୂତନ ନିର୍ମାଣ କରିବା ଲାଗି ୧କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏନେଇ ଅଭିନେତା ଅକ୍ଷୟ ତାଙ୍କ ଟ୍ୟୁଇଟରରେ ସୂଚନା ଦେଇଛନ୍ତି ।





