Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅସୁନ୍ଦର ଦାନ୍ତକୁ ସୁନ୍ଦର କରିବା ଉପାୟ

by ସଞ୍ଜୟ ସ୍ୱାଇଁ
June 18, 2021
in Health
ଅସୁନ୍ଦର ଦାନ୍ତକୁ ସୁନ୍ଦର କରିବା ଉପାୟ
197
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧିରେ ଦାନ୍ତର ଭୂମିକା ଅନସ୍ୱୀକାର୍ୟ୍ୟ । ଦାନ୍ତ ଅସୁନ୍ଦର ହେଲେ ଚେହେରାଟା ହିଁ ନଷ୍ଟହୋଇଯାଏ । ଭାବି ପାରନ୍ତି ଯେ ଦାନ୍ତର ଚେହେରା ବିଷୟରେ ଉପରବାଲାର ହାତ କାର୍ୟ୍ୟକରେ । କିନ୍ତୁ ଅଭିଜ୍ଞ ଶଲ୍ୟବିତ ମାନେ ଦାନ୍ତକୁ ସୁଗଠିତ କରି ଚେହେରାକୁ ଆମୂଳ ବଦଳାଇ ଦେଇପାରନ୍ତି । ଅର୍ଥୋଡେନ୍ସିଆ ଦନ୍ତ ଚିକିତ୍ସାର ଗୋଟିଏ ଶାଖା । ଏହି ପଦ୍ଧତିରେ ଛୋଟ ବଡ଼ ସବୁ ବେହେଡା ଦାନ୍ତକୁ ସୁନ୍ଦର କରାଯାଏ । ଅନେକ ସମୟରେ ଦେଖାଯାଏ ଗୋଟିଏ ଉପରେ ଆଉ ଗୋଟିଏ ଦାନ୍ତ ଉଠିଲା କିମ୍ବା ଫାଙ୍କ ହୋଇ ଛଡାଛଡା ହୋଇଗଲା – ଏହି ସବୁ ସମସ୍ୟା ମଧ୍ୟ ଅର୍ଥୋଡେଣ୍ଟିଷମାନେ ଦୂରକରି ଦାନ୍ତକୁ ଠିକ ଫର୍ମକୁ ନେଇ ଆସିଥାନ୍ତି । (ହେରିଡେଟି) ବଂଶାନୁସୂତ୍ରେ ଯୋଗୁ ଦାନ୍ତ ବି ଖରାପ ହୋଇପାରେ । ଯଦି ପିତା ମାତାଙ୍କ ଦାନ୍ତ ଅସାମ୍ୟ ଥାଏ ତାହାହେଲେ ସନ୍ତାନର ଦାନ୍ତ ମଧ୍ୟ ସେଇଭଳି ହୋଇ ଉଠିପାରେ । ଏହା ବ୍ୟତୀତ ବିଭିନ୍ନ କାରଣରୁ ମଧ୍ୟ ହୋଇଥାଏ । ଯେପରି ଦୁଧଦାନ୍ତ ଖୁବ ଶୀଘ୍ର ପଡିଗଲେ, ପିଲା ଠିକ ଭାବରେ ନ ବଢ଼ିଲେ, ବା ସେ ବହୁଦିନ ଧରି ଆଙ୍ଗୁଳି ଚୁଚୁମିଲେ ଦାନ୍ତ ଖରାପ ହୋଇପାରେ । ମଣିଷର ସ୍ୱାସ୍ଥ୍ୟ ନିମନ୍ତେ ଦାନ୍ତର ସୁସ୍ଥତା ଏବଂ ପରିପାଟୀ ଖୁବ ଦରକାର । ବେହେଡା ଦାନ୍ତ ଗଜୁରିଲେ ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହୋଇଥାଏ । ଠିକ ଭାବରେ ହଜମ ହୁଏନା । ମଦହଜମ ଶରୀରକୁ ଅସୁସ୍ଥ ଏବଂ ଅସୁନ୍ଦର କରିତୋଳେ । ଖରାପ ଦାନ୍ତ ଶିଶୁମାନଙ୍କ ମଧ୍ୟରେ ମାନସିକ ସମସ୍ୟା ସୃଷ୍ଟି କରେ । ଦେଖାଯାଏ ଏମାନଙ୍କ ଦାନ୍ତୁକୁ ନେଇ ବନ୍ଦୁବାନ୍ଦବମାନେ ମଜା କରନ୍ତ, ଉପହାସ କରିଥାନ୍ତି । ଏହି ଘଟଣା ଖୁବ ବେଦନାଦାୟକ । ତେତେ ଝିଅ ମଧ୍ୟ ଖରାପ ଦାନ୍ତ ପାଇଁ ଉପଯୁକ୍ତ ବରପାତ୍ର ମଧ୍ୟ ସୁନ୍ଦରୀ କନ୍ୟା ପାତ୍ରିଟିଏ ପାଇବାରେ ଅସୁବିଧା ହୋଇଥାଏ । ଖରାପ ଭାବରେ ଯେଉଁ ସବୁ ଦାନ୍ତ ଉଠିବା ଦେଖାଯାଏ, ସେଇ ସବୁ ଦାନ୍ତରେ ଅଧିକ ରୋଗ ହୋଇଥାଏ । ଦାନ୍ତ ଶକ୍ତିହୀନ ହୁଏ । ଏହାର କାରଣ ହେଉଛି ଏହି ଧରଣର ଛୋଟ ବଡ଼ ଦାନ୍ତକୁ ଭଲ ଭାବରେ ବ୍ରସ କରିହୁଏ ନାହିଁ । ସାଧାରଣ ଦନ୍ତ ଚିକିତ୍ସକମାନେ ଏହି ଧରଣର ରୋଗୀଙ୍କୁ ଅର୍ଥୋଡେଣ୍ଟିଷ୍ଟଙ୍କ ନିକଟକୁ ରେଫର କରିଥାନ୍ତି । ସେମାନେ ରୋଗୀର ମୁହଁ ଅନୁପାତରେ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ଦାନ୍ତର ସାଯୁଜ୍ୟ ଆଣିଥାନ୍ତି । ପ୍ରୟୋଜନ ହେଲେ ଏକ୍ସ-ରେ କରିଥାନ୍ତି । ତା’ପରେ ସେ ଯଦି ମନେ କରନ୍ତି ବେଟପ ଦାନ୍ତଟି ଠିକ କରିବା ସମ୍ଭବ ତାହାହେଲେ କରନ୍ତି । ଯଦି ଦାନ୍ତ ଖୁବ ଘନ ସନ୍ନିବଦ୍ଧ ଏବଂ ଗୋଟିଏ ଉପରେ ଆଉ ଗୋଟିଏ ଉଠିଥାଏ, ତାହାହେଲେ ଅର୍ଥୋଡେଣ୍ଟିଷ୍ଟମାନେ କିଛି ଦାନ୍ତ ଉପାଡି ଦେଇଥାନ୍ତି । ଦାନ୍ତ ଯଦି ଆଗକୁ ବାହାରି ଥାଏ ତାହା ହେଲେ ଚିକିତ୍ସକମାନେ ତାଙ୍କ ପଦ୍ଧତିରେ ଚାପ ଦେଇ ସଠିକ ସ୍ଥାନକୁ ଆରିଥାନ୍ତି । ସେ କ୍ଷେତ୍ରରେ ସେମାନେ ତାର ସ୍ଫିଂ ଦେଇ ଉପରେ ହାଲକା ଚାପ ଦେଇ ପ୍ରୟୋଜନ ଅନୁସାରେ ବାହାର କିବ୍ୱା ଭିତର ପଟକୁ ଅଣାଯାଏ । ଏହି ଅବସ୍ଥାରେ ପ୍ରାୟ ପ୍ରତ୍ୟେକ ମାସ ଡାକ୍ତରଙ୍କ ପାଖକୁ ଯିବାକୁ ପଡିଥାଏ । ଉପର ଏବଂ ତଳ ପାଟି ଅସମାନ ଅଙ୍କା ବଙ୍କା ହେଲେ ରାତ୍ରରେ ଶୋଇବା ବେଳେ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ଏହା ଦ୍ୱାରା ଧୀରେ ଧୀରେ ଉପର ଏବଂ ତଳ ପାଟି ଠିକ ଠାକ ଫର୍ମକୁ ଚାଲି ଆସେ । ବେଳେ ବେଳେ ଧାତୁ ତିଆରି ଆଣ୍ଟ ଅନେକ ଦାନ୍ତରେ ଲଗାଇ ପାରନ୍ତି । ଏସବୁ କେବଳ ପ୍ରେସର ସୃଷ୍ଟି କରିବା ପାଇଁ । ଏହି ଧରଣର ସମାଧାନ ହେବାକୁ ପ୍ରାୟ ଦେଢ଼ ବର୍ଷରୁ ଦୁଇ ବର୍ଷ ଲାଗିଯାଏ । ଦାନ୍ତର ଏହି ଧରଣର ସମସ୍ୟା ହେଳୋ କେତେ ବୟସରୁ ଚିକିତ୍ସା ଆରମ୍ଭ କରିବେ ? ମୋଟାମୋଟି ୧୪ ବର୍ଷ ପୂର୍ବରରୁ ଚିକିତ୍ସା କରିବାଟା ଠିକ । ଅର୍ଥୋଡେଣ୍ଟିଷ୍ଟମାନେ ଅବଶ୍ୟ ଯେପର୍ୟ୍ୟନ୍ତ ଦୁଧ ଦାନ୍ତ ପଡି ବୟସ୍କ ଦାନ୍ତ ନ ଉଠିଛି ସେ ପର୍ୟ୍ୟନ୍ତ ଅପେକ୍ଷା କରନ୍ତି । ଏହିସବୁ ଚିକିତ୍ସା ପିଲାମାନଙ୍କ ପାଇଁ ଉପଯୋଗୀ । ଅଳ୍ପ ବୟସରେ ଚିକିତ୍ସାଟା ଯେତେ ସହଜ ହୁଏ ବେଶି ବୟସ୍କଙ୍କ ପକ୍ଷରେ ସେତେ ସହଜ ନୁହେଁ । ବହୁ ସମୟ ଳାଗେ ଅପରେସନ ଏବଂ ବିଶେଷ ଏହି ଦନ୍ତ ଚିକିତ୍ସା ଅର୍ଥାତ ଅର୍ଥେଡେନ୍ସିୟା ପଦ୍ଧତି ମିଳାଇ ଖୁବ ସୁଫଳ ଦ୍ରୁତ ମିଳିଥାଏ । ସମାନ ଏବଂ ସୁନ୍ଦର ଦାନ୍ତ କେବଳ ସୌନ୍ଦର୍ୟ୍ୟ ନୁହେଁ ଆପଣଙ୍କ ନୟନ ମନୋହର ମୁକ୍ତା ଝରା ହସଟି ସୁନ୍ଦର ସ୍ୱାସ୍ଥ୍ୟର ମଧ୍ୟ ପରିଚାୟକ । ଦୀର୍ଘ ସମୟ ଲାଗିଲେ ମଧ୍ୟ ମୁଖଶ୍ରୀର ସଠିକ ସୌନ୍ଦର୍ୟ୍ୟକୁ ଅର୍ଜ୍ଜନ କରିବାକୁ ହେଲେ ବ୍ୟସ୍ତ ଓ ହତାଶ ହେଲେ ଚଳିବ ନାହିଁ । ମନେ ରଖବବେ ଆପଣଙ୍କ ଶ୍ରୀମଣ୍ଡିତ ଦନ୍ତ ପଂକ୍ତିର ଝଲକ ଆପଣଙ୍କୁ ଆହୁରି ଆକର୍ଷଣୀୟ କରିତୋଳିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!