ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ପୁଲିସ ଗତକାଲି ସଂନ୍ଧ୍ୟା ସମୟରେ ଦେଶୀ ମଦ ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଖଣ୍ଡପଡ଼ା ଥାନା ଲକ୍ଷ୍ମୀପ୍ରସାଦ ଗ୍ରାମର ରବିନ୍ଦ୍ର କୁମାର ଦାଶ ବୋଲି ଜଣାଯାଇଛି । ସେ ଗତକାଲି ଦେଶୀ ମଦ ପାଉଚ ଧରି ନୟାଗଡ଼ ଅଭିମୁଖେ ଆସୁଥିବା ଖବରପାଇ ସଦରଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ଚଢ଼ାଉ କରିଥିଲେ । ବାଲୁଗାଁ ନିକଟବର୍ତ୍ତୀ ସ୍ଥାନରେ ତାଙ୍କଠାରୁ ୧୫୦ଟି ପାଉଚ ତଥା ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିସହିତ ଏକ ହିରୋହୋଣ୍ଡା ବାଇକ ଜବତ କରାଯାଇଛି । ସଦରଥାନାରେ ଏକ ମାମଲା ରୁଜୁ କରାଯିବା ସହ ଆଜି ରବିନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ।





