ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏନେଇ ସରକାରୀ ଓକିଲ ଅମିୟ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତକାଲି ଅଭିଯୁକ୍ତ ଗିରଫ ହୋଇ ନୟାଗଡ଼ ପକ୍ସୋ ଅଦାଲତକୁ ଚାଲାଣ ହୋଇଥିଲା । ଅଭିଯୁକ୍ତ ସାଗର ଦଳେଇ ଗତକାଲିଠାରୁ ଖଣ୍ଟୁବନ୍ଧ ଉପକାରାଗରରେ ରହିଥିବା ସୂଚନା ମିଳିଛି ।





