ନୟାଗଡ଼,(ବାଘୁଆବାର୍ତ୍ତା): ରଣପୁର ବ୍ଲକ ବଳଭଦ୍ରପୁର ପଞ୍ଚୟତ ଆଖୁପଦର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାଙ୍କ ଜୀବିକା ପାଇଁ ଓଡିଶା ଜୀବିକା ମିଶନ ଓ କେଭିଆଇସିର ସହଯୋଗରେ ଗ୍ରାମର ୧୦ ଜଣ ସ୍ୱଂୟ ସହାୟକ ସଦସ୍ୟାଙ୍କୁ ୧୦ ଟି ଲେଖାଏଁ ମହୁ ମାଛି ବାକ୍ସ ସହିତ ମହୁମାଛି ଓ ଅନ୍ୟ ଟୁଲ କିଟ ପ୍ରଦାନ କରାଯାଇଛି । ଏହି ବିତରଣ କାର୍ଯ୍ୟକ୍ରମରେ କେଭିଆଇସି ନିର୍ଦ୍ଦେଶକ ସମୀର ମହାନ୍ତି, ସହଯୋଗୀ ନିର୍ଦ୍ଦେଶକ ବି.ଏନ ପଣ୍ଡା ଓ ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ ସଞ୍ଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ । ପୂର୍ବରୁ ଏହି ସଦସ୍ୟାମାନଙ୍କୁ ମହୁମାଛି ଚାଷ ଉପରେ ଦକ୍ଷତା ବୃଦ୍ଧିର ତାଲିମ ଦିଆଯାଇଥିଲା । ଆଜିର ବକ୍ସ ଗୁଡିକର ସଠିକ ସ୍ଥାନରେ ରଖିବା ପାଇଁ କେଭିଆଇସିର କର୍ମଚାରୀ ଆଲୋକ ପ୍ରଧାନ ସହଯୋଗ କରିଥିଲେ । ଏହି ମହୁମାଛି ଚାଷ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଅଧିକ ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଜଣାଯାଇଛି ।





