Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାରରୁ ବାହାରିଲା ୨୧ କୋଟିର ସୁନା ବିସ୍କୁଟ

by ସଞ୍ଜୟ ସ୍ୱାଇଁ
June 18, 2021
in Crime, NATIONAL NEWS
କାରରୁ ବାହାରିଲା ୨୧ କୋଟିର ସୁନା ବିସ୍କୁଟ
370
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଡ଼ ଧରଣର ସୁନା ଚୋରା ଚାଲାଣ ଘଟଣାକୁ ପଣ୍ଡ କରିଛି ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟିଲିଜେନ୍ସ । ଏହାର ଅଧିକାରୀମାନେ ସ୍ୱତନ୍ତ୍ର ଅପରେଶନ ଜରିଆରେ ୪୩ କେଜିରୁ ଅଧିକ ପରିମାଣର ସୁନା ବିସ୍କୁଟ ଜବତ କରିଛନ୍ତି। ଏହି ଜବତ ସୁନା ବିସ୍କୁଟର ମୂଲ୍ୟ ପ୍ରାୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମଣିପୁରର ଇମ୍ଫାଲରୁ ଏହି ସୁନା ବିସ୍କୁଟ ଗୁଡ଼ିକ ଗୋଟିଏ କାରରୁ ଜବତ କରାଯାଇଛି। ଏଥିପାଇଁ ପ୍ରାୟ ୧୮ ଘଣ୍ଟା ଲାଗିଥିଲା। ସୁନା ଚୋରା ଚାଲାଣର ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସନ ବେଳେ ଇମ୍ଫାଲରେ ଯାତାୟାତ କରୁଥିବା କାର ଗୁଡ଼ିକୁ ଚେକିଂ କରାଯାଇଥିଲା। ଏହି ସମୟରେ ଅଧିକାରୀମାନେ କାର ଯୋଗେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇଥିଲେ। ସେମାନେ ସୁନା ବିସ୍କୁଟ ନେଇ ଯାଉଥିବା ଖବର ମିଳିଥିଲେ ହେଁ ପ୍ରାଥମିକ ସ୍ତରରେ କିଛି ବି ମିଳି ନଥିଲା। ଉଭୟଙ୍କୁ ବିସ୍ତୃତ ଭାବେ ଜେରା କରାଯିବା ପରେ ଉକ୍ତ କାର୍‌ ମଧ୍ୟରେ ସ୍ୱତନ୍ତ୍ର ୩ଟି ସ୍ଥାନ ତିଆରି କରି ବିସ୍କୁଟ ଗୁଡ଼ିକ ରଖାଯାଇଥିବା ଜଣାପଡ଼ିଥିଲା। କାର୍‌ ମଧ୍ୟରେ ହୋଇଥିବା ୩ଟି ସ୍ୱତନ୍ତ୍ର ଗୁପ୍ତ ସ୍ଥାନରୁ ୨୬୦ଟି ବିସ୍କୁଟ ରହିଥିଲା। ଏହାକୁ ବାହାର କରିବା ପାଇଁ ଅଧିକାରୀମାନଙ୍କୁ ଦୀର୍ଘ ୧୮ ଘଣ୍ଟା ସମୟ ଲାଗିଥିଲା। ଏହି ଗାଡ଼ିଟି ପୂର୍ବରୁ ମଧ୍ୟ ଅନେକ ଥର ଚୋରା ଚାଲାଣରେ ବ୍ୟବହୃତ ହୋଇଥିଲା। ମଣିପୁର ଓ ମିଆଁମାର ସୀମାରେ ନିରବଚ୍ଛିନ୍ନ ଭାବେ ଏପରି ସୁନା ଚୋରା ଚାଲାଣ ଚାଲିଛି। କରୋନା ଭାଇସ ଓ ଲକଡାଉନ ସମୟରେ ମଧ୍ୟ ଏହି କାରବାର ଚାଲିଥିଲା। ୩ ମାସ ମଧ୍ୟରେ ଅଧିକାରୀମାନେ ୬୩ କେଜିରୁ ଅଧିକ ସୁନା ଜବତ କରିସାରିଲେଣି। ଏହାର ବଜାର ମୂଲ୍ୟ ୩୩ କୋଟି ଟଙ୍କାରୁ ଅଧିକ ହେବ। ଏହା ମଧ୍ୟରୁ କେବଳ ଜୁନ୍‌ ମାସରେ ୫୫ କେଜି ସୁନା ଜବତ ହୋଇଛି।

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!