ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ବଡ଼ ସମସ୍ୟା । ଆଇଟି କ୍ଷେତ୍ରରେ ଚାକିରୀ କରୁଥିବା କର୍ମଚାରୀମାନଙ୍କୁ ଲାଗିପାରେ ବଡ଼ ଝଟକା । ଏପରିକି ୨୦୨୨ସୁଦ୍ଧା ଆଇଟି କ୍ଷେତ୍ରରେ ଚାକିରୀ କରୁଥିବା କର୍ମଚାରୀମାନଙ୍କ ଯାଇପାରେ ଜୀବିକା । ଜାରି ରହିଥିବା ଅଟୋମେସନ ପ୍ରକ୍ରିୟାରେ ଆସିପାରେ ଏଭଳି ବିପତ୍ତି । ବିଭିନ୍ନ ଟେକ୍ ଫାର୍ମା, ଆଇଟି କଂପାନୀ ପକ୍ଷରୁ କରାଯାଉଥିବା ଅଟୋମେସନ ପ୍ରକ୍ରିୟାରେ କଂପାନୀମାନେ ବାର୍ଷିକ ୧୦୦ବିଲିୟନ ଡଲାର ବଞ୍ଚାଇ ପାରିବେ ବୋଲି ଏକ ରିପୋର୍ଟ କୁହାଯାଇଛି । ଏନେଇ ନ୍ୟାସନାଲ ଆସୋସଜିଏସନ୍ ଅଫ୍ ସଫ୍ଟୱେର ଆଣ୍ଡ ସର୍ଭିସ କଂପାନୀଜ ବା ନାସକମ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କି ବର୍ତ୍ତମାନ ଆଇଟି କ୍ଷେତ୍ରରେ ୧୬ନିୟୂତ କର୍ମଚାରୀ କାମ କରୁଛନ୍ତି । ଲୋ-ସ୍କିଲ୍ କ୍ଷେତ୍ର ଓ ବିପିଓରେ ପ୍ରାୟ ୯୦ ଲକ୍ଷ ଲୋକ କାମ କରୁଛନ୍ତି । ଯଦି ଅଟୋମେସନ ହୁଏ ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଲକ୍ଷ କର୍ମାଚରୀ ଜୀବିକା ହରାଇବେ । କମ ଦିନଭିତରେ ଏହି ପ୍ରକ୍ରିୟା ଫଳ କର୍ମଚାରୀମାନେ ଭୋଗ କରିବା ଆଶଙ୍କା ଦେଖାଦେଇଛି । ବିଭିନ୍ନ ପ୍ରଯୁକ୍ତିଗତ ଅପଗ୍ରେଡେସନ ଯୋଗୁ ଅନ୍ୟ ଅର୍ଦ୍ଧକୁଶଳୀ କର୍ମଚାରୀ ମଧ୍ୟ କାମ ହରାଇବେ । ରୋବର୍ଟ ପ୍ରସେସ୍ ଆଟୋମେସନ ପ୍ରକ୍ରିୟାରେ ୩୦ଲକ୍ଷ କର୍ମଚାରୀ ହ୍ରାସ କରିବା ଲାଗି ଇନଫୋସିସ୍, ଟିସିଏସ, ୱିପ୍ରୋ, ଏସଚସିଏଲ, ଟେକ୍ ମହିନ୍ଦ୍ରା ଓ କଗ୍ନିଜାଣ୍ଟ ଭଳି କଂପାନୀ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।





