ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଶ୍ୱର ସର୍ବବୃହତ ସଫ୍ଟୱେୟାର ନିର୍ମାତା କଂପାନୀ ମାଇକ୍ରୋସଫ୍ଟ ପକ୍ଷରୁ ସିଇଓ ଭାବେ କାର୍ଯ୍ୟ କରୁଥିବା ସତ୍ୟ ନାଡେଲା ନୂତନ ପଦ ଦିଆଯାଇଥିବା ସୂଚନା ମିଳିଛି । ସତ୍ୟ ନାଡେଲା ମାଇକ୍ରୋସଫ୍ଟ କଂପାନୀ ଦୀର୍ଘ ୭ବର୍ଷ କାର୍ଯ୍ୟକରି ଆସୁଥିବା ବେଳେ ତାଙ୍କୁ ମାଇକ୍ରୋସଫ୍ଟ କଂପାନିର ଅଧ୍ୟକ୍ଷର ସ୍ଥାନ ଦିଆଯାଇଛି । ୨୦୧୪ରେ ଜନ୍ ଥମସନଙ୍କୁ କଂପାନୀର ଅଧ୍ୟକ୍ଷ କରାଯାଇଥିଲା । ସେହି ସମୟରୁ ୫୩ବର୍ଷୀୟ ନାଡେଲା ମାଇକ୍ରୋସଫ୍ଟ ସିଇଓ ଭାବେ କାର୍ଯ୍ୟ କରି କ୍ଲାଉଡ୍ କମ୍ପ୍ୟୁଟିଂ, ମୋବାଇଲ ଆପ୍ଲିକେସନ୍ ସହ ଅଫିସ୍ ସଫ୍ଟୱେୟାର ପ୍ରାଞ୍ଚାଇଜକୁ ପୁନଃରୁଦ୍ଧାର କରିଥିଲେ ।





