ପୁରୀ, (ବାଘୁଆବାର୍ତ୍ତା): କୋଭିଡ୍ ହସ୍ପିଟାଲରେ ହାରିଗଲେ କୋଭିଡ୍ ଯୋଦ୍ଧା ଡାକ୍ତର । କୋଭିଡ୍ ରୋଗୀକୁ ଚିକିତ୍ସା କରୁ କରୁ ନିଜେ ସେହି ରୋଗରେ ସଂକ୍ରମିତ ହେଇ ଚିକିତ୍ସା ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆରପାରିକୁ ଚାଲିଗଲେ ହସ୍ପିଟାଲର ଇନଚାର୍ଜ ଡାକ୍ତର ସୁଶାନ୍ତ କୁମାର ପଣ୍ଡା । ସୂଚନାନୁସାରେ, ପୁରୀ ଆଇଡିଏଚ କୋଭିଡ୍ ହସ୍ପିଟାଲ ଇନଚାର୍ଜ ଭାବେ ଦାୟୀତ୍ୱ ତୁଲାଉଥିବା ଡାକ୍ତର ସୁଶାନ୍ତ କୁମାର ପଣ୍ଡା କିଛିଦିନ ହେଲା କୋଭିଡ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ବାକ୍ତରଙ୍କର ମୃତ୍ୟୁ ହୋଇଛି । ତାଙ୍କ ମର ଶରୀରକୁ ପୁରୀ ଅଣାଯିବା ପରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।





