ନୟାଗଡ଼ (ବାଘୁଆବାର୍ତ୍ତା): ହାତ ଓ ପାଦର ନିୟମିତ ରୂପେ ବେକସିଂ କରିବା ଉଚିତ । ବଜାରରେ ସାଧାରଣତଃ ଦୁଇ ପ୍ରକାରର ବେକସିଂ ଉପଲବ୍ଧ ହୋଇଥାଏ । ଏଥିମଧ୍ୟରୁ ଗୋଟିଏ କୋଲ୍ଡ ଏବଂ ଅନ୍ୟଟି ହଟ ବେକସିଂ । ଆପଣ ବିଉଟି ପାର୍ଲରକୁ ନଯାଇ ନିଜ ଘରେ ବେକସିଂ କରିପାରିବେ । ଏଥିପାଇଁ ବେକସିଂକୁ ଗରମ କରିଦେବେ । ଏଥିପାଇଁ ଧ୍ୟାନ ଦେବା ଆବଶ୍ୟକ ଯେ, ଯେପରି ବେକ୍ସ ବେଶି ଗରମ ନହୁଏ । ବେକସକୁ ଆପଣ ସେତିକି ଗରମ କରନ୍ତୁ ଯେତିକି ଆପଣ ସହ୍ୟ କରିପାରିବେ । ଏବେ ବେକସକୁ ବ୍ଳେଡ ମାଧ୍ୟମରେ ପାଦର ଉପର ଭାଗରୁ ପାଦ ପର୍ଯ୍ୟନ୍ତ ଲଗେଇ ଦିଅନ୍ତୁ । ଏବେ କପଡାର ପଟିକୁ ଏହା ଉପରେ ଚିପ୍କେଇ କରି ରଖନ୍ତୁ । କଷ୍ଟ କମ ହେବା ପାଇଁ ଏବଂ ସହଜ ଉପାୟରେ ଆଣ୍ଠୁ ଠାରୁ ପାଦ ପର୍ଯ୍ୟନ୍ତ ଥିବା କେଶ ଗୁଡିକ ସହଜରେ ବାହାରି ଆସିବା ପାଇଁ କପଡା ପଟି ଲଗାଇବା ପରେ ସେଥିରେ ପାଉଡର ଛିଞ୍ଚି ଦିଅନ୍ତୁ । ଏବେ ପଟିକୁ କସି କରି ପାଦ ଠାରୁ ଉପର ଆଣ୍ଠୁ ପର୍ଯ୍ୟନ୍ତ ଟାଣି ନିଅନ୍ତୁ । ଏହି ପ୍ରକ୍ରିୟା ମଧ୍ୟ ହାତ ପାଇଁ ଉପଯୋଗୀ । କାଖ ତଳର କେଶକୁ ମଧ୍ୟ ଆପଣ ବେକସିଂ ସାହାଯ୍ୟରେ ନିର୍ମୁଳ କରିପାରିବେ । ଏହା ମହିଳା ଏବଂ ପୁରୁଷ ଉଭୟଙ୍କ ପାଇଁ ଉପଯୋଗୀ । ସାଧାରଣତଃ ଏହି ସ୍ଥାନରୁ ଦୁର୍ଗନ୍ଧ ହୁଏ । ତେବେ ଏହି ବେକ୍ସିଂ ମାଧ୍ୟମରେ ଏହି ସ୍ଥାନର ପରିଚର୍ଯ୍ୟା କରାଯାଇପାରେ ଏବଂ ଏହା ପରେ ପରେ ଯେକୌଣସି ଡିଓଡ୍ରାଣ୍ଟର ବ୍ୟବହାର ମଧ୍ୟ କରାଯାଇପାରେ । କେବଳ ଶରୀର ବହିର୍ଭାଗକୁ ଯେ ଗୁରୁତ୍ୱ ଦିଆଯିବା ଉଚିତ ଏହା ନୁହେଁ ତତ୍ ସଂଗେ ସଂଗେ ଶରୀରରେ ଲୁକ୍କାୟୀତ ଅଂଗପ୍ରତ୍ୟଙ୍ଗ ପରିଚ୍ଛନ୍ନତା ନିହାତି ଆବଶ୍ୟକ । ଏହାଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇପାରିବେ । ଆପଣ ଶରୀର ଉପରେ ପରିଧାନ କରୁଥିବା ପ୍ରତ୍ୟେକ ବସ୍ତ୍ର ପ୍ରତିଦିନ ଧୋଇବା ଏବଂ ସଫା ରଖିବା ଆବଶ୍ୟକ । ଲେଜର ଏବଂ ହେୟାର ରିମୁଭରର ବ୍ୟବହାର ଯୋଗୁଁ ଲୋମର ମୂଳ ରୂଢ଼ ହୋଇଥାଏ । ତେଣୁ ବେକସିଂରେ ଏସବୁ ହୋଇ ନଥାଏ ଏବଂ ଏଥିରେ ୨୦ରୁ ୨୫ ଦିନ ମଧ୍ୟରେ ପୁଣିଥରେ କେଶ ଉଠିଥାଏ ଯାହାକି ରେଜର ଏବଂ ରିମୁଭରରେ ଏକ ସପ୍ତାହ ମଧ୍ୟରେ ଦେଖାଦେଇଥାଏ । ଆଜିକାଲି କିଛି ବଡ଼ କଂପାନୀ ଲେଡିଜ ରେଜର/ସେଭର ବାହାର କରିଛନ୍ତି ଯାହାକି କରେଣ୍ଟ ମାଧ୍ୟମରେ ଚାଲିଥାଏ । ଏହା ଗୋଟିଏ ବିଦ୍ୟୁତ ଚାଳିତ ଛୋଟ ମେସିନଟିଏ । ଏହାର ଏଡାପ୍ଟରକୁ ସାକେଟରେ ଜଏଣ୍ଟ କରି ମେସିନକୁ ପାଦ ଏବଂ ହାତର ଉପର ପର୍ଯ୍ୟନ୍ତ ଚଳାଇବାକୁ ପଡିଥାଏ । ଏହାଦ୍ୱାରା ଖୁବ କମ କଷ୍ଟ ହୁଏ ଏବଂ ସହଜରେ ଅନାବଶ୍ୟକ ଚୁଟିକୁ ଏହି ମେସିନ ନିର୍ମୁଳ କରାଇଥାଏ । ବେକ୍ସିଂ ପରେ ପରେ ଆପଣ ହାତ ପାଇଁ ମେନିକ୍ୟରେ ଏବଂ ପାଦ ପାଇଁ ପୌଡିକ୍ୟୋର ନିଶ୍ଚୟ କରନ୍ତୁ । କୌଣସି ଭଲ ବିଉଟିପାର୍ଲରରେ ଆପଣ ଏହା କରାଇପାରନ୍ତି । ପୌଡିକ୍ୟୋର ଏବଂ ମେନିକ୍ୟୋର ଦୁଇ ପଦ୍ଧତି ପାଇଁ ହାଲକା ଗରମ କଲେ ଚଳିବ । ଏଥବରେ ଆମୋନିଆ କମ ମାତ୍ରାରେ, ହାଇଡ୍ରୋଜେନ ଟିକେ ଦେଶୀ ମାତ୍ରାରେ ଥାଏ । ଆପଣ ଯଦି ଅଳ୍ପମାତ୍ରାରେ ଶାମ୍ପୁ ପୈଡିକ୍ୟୋର କରୁଛନ୍ତି ତେବେ ପାଦକୁ କମସେ କମ ୧୫ ମିନିଟ ପର୍ଯ୍ୟନ୍ତ ଏହି ପାଣିରେ ଡିପ୍ କରିବେ ଏବଂ ଚ୍ୟୁମିକ ଷ୍ଟୋନ ସାହାଯ୍ୟରେ ଗୋଇଠିକୁ ସଫା କରି ତେବେ ପୈଡିକ୍ୟୋର କରିବା ପୂର୍ବରୁ ନେଇ ଇନେମେଲ ଏସିଟୋନରେ ସଫା କରିନେବେ । ବର୍ତ୍ତମାନ ନେଲଫାଇଲ ସାହର୍ଯ୍ୟରେ ଗଖଗୁଡିକୁ ସେପ କରିନେବେ ଏବଂ ପାଦ ପୋଛିବା ପରେ ଯେକୌଣସି କୋଲ୍ଡ କ୍ରିମ ସାହାଯ୍ୟରେ ମସାଜ କରିବେ । ଏହିଭଳି ମେନିକ୍ୟୋର ପଦ୍ଧତି ମଧ୍ୟ ଏକାଭଳି । କିନ୍ତୁ ଅଙ୍ଗୁଳିଗୁଡିକୁ ହାଲୁକା ହାତରେ ସଫା କରିବେ । ନଖର ପାଶ୍ୱର୍ରେ ତ୍ୱଚାରେ କ୍ୟୁଟିକଲ କୁହାଯାଏ । ଏଗୁଡିକୁ ସଫା କରିବାକୁ ହେଲେ କେତେକ ଉପକରଣର ଆବଶ୍ୟକତା ରହିଛି । ଯେଉଁ ଉପକରଣ ଗୁଡିକ ବିଉଟି ପାର୍ଲରରେ ଉପଲବ୍ଧ ହୋଇଥାଏ । ଠିକ ଭାବେ ପେଡିକ୍ୟୋର ଓ ମେନିକ୍ୟୋର ପାଇଁ ବିଉଟି ପାଲଁରର ସହାୟତା ନିହାତି ଆବଶ୍ୟକ । ବେକ୍ସିଂ, ପେଡିକ୍ୟାର ଆଦି କରିବା ପରେ ସମ୍ପୂର୍ଣ୍ଣ ସ୍ନାନ କରିବା ନିହାତି ଆବଶ୍ୟକ । ଉଜ୍ଜ୍ୱଳତା ପାଇଁ ଗାଧୋଇବା ପାଣିରେ କିଛି ବୁନ୍ଦା ୟୁଡି କୋଲୋନ ମିଶାଇ ଦିଅନ୍ତୁ । ସ୍ନାନ ପରେ ବଡିଲୋସନ ଲଗାଇ ନିଅନ୍ତୁ ।






