ଆଠଗଡ଼, (ବାଘୁଆବାର୍ତ୍ତା): ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ପ୍ରସୂତୀକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ୩୦ ଶଯ୍ୟା ବିଶିଷ୍ଟ ଏହି ଗୃହ ନିର୍ମାଣ ହେଲେ ଆଗାମୀ ଦିନରେ ରୋଗୀମାନେ ଉପକୃତ ହେବେ । ଉଭୟ ଅନ୍ତଃ ଏବଂ ବାହ୍ୟ ରୋଗୀଙ୍କ ପାଇଁ ତିଗିରିଆ ଡ଼ାକ୍ତରଖାନାରେ ରୋଗୀ ସେବା ଯୋଗାଇ ଦିଆଯି । ଏଥିସହିତ ସମଉପଯୋଗୀ ଅତ୍ୟାଧୁନିକ ନିର୍ମିତ ଏହି ୩୦ ଶଯ୍ୟା ବିଶିଷ୍ଟ ଗୃହ କାର୍ୟ୍ୟକ୍ଷମ ହେଲେ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ।





