ମାଲକାନଗିରି, (ବାଘୁଆବାର୍ତ୍ତା): ଆନ୍ଧ୍ର-ମାଲକାନଗିରି ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ୍ ଓ ପୁଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନମୟରେ ୬ଜଣ ହାଡଖୋର ମାଓବାଦୀ ନହିତ ହୋଇଥିବା ଜଣାପଡିଛି । ଗୁଳି ବିନିମୟ ଘଟଣାରୁ ପୁଲିସ୍ ୭ଟି ବନ୍ଧୁକ ସହବହୁ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ସୁଚନାନୁସାରେ, ମାମ୍ପା ଥାନା ଅନ୍ତର୍ଗତ ଦିଗଲମେଟ୍ଟା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୁଲିସ୍ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଆନ୍ଧ୍ର ଗ୍ରେହଣ୍ଡ ବାହିନୀର ଯବାନମାନେ ସେଠାରେ କମ୍ବିଂ ଅପରେସନ୍ କରିଥିଲେ । ପ୍ରାୟ ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିନିନିମୟରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେସନ୍ ବେଳେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ କ୍ୟାମ୍ପରୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଏବଂ ବନ୍ଧୁକ ଜବତ କରାଯାଇଛି ।





