ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତକୁ ସାହାଯ୍ୟ କରିବା ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରୁଛି ପାକିସ୍ତାନର ୪ଟି ସଂଗଠନ । କରୋନା ସଙ୍କଟ ସହ ମୁକାବିଲା କରିବାରେ ଭାରତକୁ ସାହାର୍ଯ୍ୟ କରିବା ପାଇଁ ଆମେରିକାରୁ କୋଟି କୋଟି ଡଲାର ଆଦାୟ କରିଛି ପାକିସ୍ତାନ । ଉକ୍ତ ଅର୍ଥ ଆଦାୟ କରି ଆତଙ୍କବାଦ ଗତିବିଧି ସଞ୍ଚାଳନ ଏବଂ ସରକାର ବିରୋଧି ପ୍ରଦର୍ଶନରେ ପାକିସ୍ତାନ ଏହି ଅର୍ଥ ବିନିଯୋଗ କରୁଛି । ମହାମାରୀ କରୋନାର ଦ୍ୱିତୀୟ ଲହରରେ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଭାରତରେ ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ୍ ବଏଂ ଟିକା ସହ ଅନ୍ୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧି ବଢାଇବା ପାଇଁ ଆର୍ଥିକ ସହଯୋଗ ଯୋଗାଇବାକୁ ପାକିସ୍ତାନ ହେଲ୍ପ ଇଣ୍ଡିଆ ବ୍ରିଥ୍ ଆଭିଯାନରେ ଅପିଲ କରୁଛି । ସୂଚନାନୁସାରେ, ବୈଶ୍ଵିକ ସ୍ତରରେ ଭାରତର ସ୍ଵଚ୍ଛ ଛବି ଥିବା କାରଣରୁ ଅର୍ଥ ହାତେଇବାରେ ସଫଳ ହେଉଛି ପାକିସ୍ତାନ। ଏହି ଚାରିଟି ସଙ୍ଗଠନର ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରହିଛି। ଇସଲାମିକ ମେଡିକାଲ ଆଶୋସିଏସନ୍ ଅଫ୍ ନର୍ଥ ଆମେରିକା ମଧ୍ୟ ଏଥିରେ ସାମିଲ ଅଛି। ୨୭ ଏପ୍ରିଲ ୨୦୨୧ରେ ଇନଷ୍ଟାଗ୍ରାମରେ ହେଲଗପ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ୧.୮ କୋଟି ଡଲାର ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କରୋନାର ଦ୍ଵିତୀୟ ଲହରୀ ସଙ୍କଟ ମଧ୍ୟରେ ଗତି କରୁଥିବା ଭାରତ ବହୁ ସଙ୍କଟର ସାମ୍ନା କରିଥିଲା। ଦେଶରେ ଅମ୍ଳଜାନ ସଙ୍କଟ ପରି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ଭାରତ ଦେଇଥିବା ସହାୟତା ବଦଳରେ ବିଶ୍ଵର ଅନେକ ଦେଶ ତଥା ସଂଗଠନ ସହଯୋଗ ପାଇଁ ଆଗେଇ ଆସିଥିଲେ। ଆମେରିକାରେ ଥିବା ଅନ୍ୟ ପାକିସ୍ତାନ ଚାରିଟି ସଙ୍ଗଠନ ମଧ୍ୟ ଏହିଭଳି କାମ କରୁଛନ୍ତି।





