ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ମୁକାବିଲା ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । କାଲି ସକାଳ ୫ଟା ପରଠାରୁ ଆଂଶିକ ଲକଡାଉନ ଲାଗୁ ହେବ । ଏହା ସହ କାଲିଠାରୁ ଗାଡ଼ି ଶୋ’ରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ । ନୂଆ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଅନୁମତି ଦେବାକୁ ସବୁ ଆରଟିଓଙ୍କୁ ଚିଠି ଲେଖାଯାଇଛି । ରେଜିଷ୍ଟ୍ରେସନ ପାଇଁ ଡିଲରଙ୍କୁ ଅନୁମତି ଦେବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି ଲେଖାଯାଇଛି ।






