ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପୁଣି ଥରେ ଆତଙ୍କିତ ହେଲାଭଳି ଖବର ଆସି ପହଞ୍ଚିଛି । ମହାମାରୀ କରୋନାର ପ୍ରଥମ ଲହର, ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ମିଆଁମାରରେ ପୁଣି ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ସୂଚନାନୁସାରେ, ଦକ୍ଷିଣପୂର୍ବ ଏସୀୟ ଦେଶରେ ଆଲଫା, ଡେଲଟା ଏବଂ କାପା ଷ୍ଟ୍ରେନର ୧୧ଟି ମାମଲା ରିପୋର୍ଟ ହୋଇଛି । ୧୧ଟି ମଧ୍ୟରୁ ଗୋଟିଏ ୟାଙ୍ଗନ ଏବଂ କଲେରେ, ଚାରିଟି ମାନ୍ଦାଲେ, ତିନୋଟି ଦକ୍ଷିଣ ମାଇକେ ଏବଂ ଦୁଇଟି ଉତ୍ତର-ପଶ୍ଚିମ ତମୁରେ ରେକର୍ଡ କରାଯାଇଥିଲା । ଦୁଇ ଜଣ ଆଲଫା ଭାରିଆଣ୍ଟରେ, ପାଞ୍ଚ ଜଣ ଡେଲଟା ଭାରିଆଣ୍ଟରେ ଏବଂ ଚାରି ଜଣ କାପାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।





