Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ, ୧୧ ବନ୍ଧୁକ ଜବତ ୪ ଗିରଫ

by ସଞ୍ଜୟ ସ୍ୱାଇଁ
June 16, 2021
in Crime, State
ଚୋରା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ, ୧୧ ବନ୍ଧୁକ ଜବତ ୪ ଗିରଫ
263
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଚୋରା ବନ୍ଧୁକ କାରବାର ରୋକିବା ଦିଗରେ କମିଶନରେଟ୍ ପୁଲିସ୍ ସ୍ୱତନ୍ତ୍ର ଅଭିଯାନ ଚଲାଇଥିବା ବେଳେ କଟକ ଅର୍ବାନ ପୁଲିସ୍‌ ଡିଷ୍ଟ୍ରିକ୍ଟକୁ ମିଳିଛି ବଡ଼ ସଫଳତା। କଟକ ଡିସିପିଙ୍କ ନେତୃତ୍ୱରେ ଆଜି ଅର୍ବାନ୍ ପୁଲିସ୍‌ ୧୧ଟି ଚୋରା ବନ୍ଧୁକ ସହିତ ୫୧ଟି ଗୁଳି ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଟୁକୁନା ସ୍ୱାଇଁ, ସନ୍ତୋଷ ରାଉତ, ଜ୍ୟୋତିରଞ୍ଜନ ବାରିକ ଓ ପ୍ରଶାନ୍ତ ରାଉତ। ସେମାନଙ୍କ ମଧ୍ୟରୁ ଟୁକୁନା ସ୍ୱାଇଁକୁ କମିଶନରେଟ୍ ପୁଲିସ୍ ରିମାଣ୍ଡରେ ଆଣିଛି। ପୁଲିସ୍ କମିଶନର କହିଛନ୍ତି, ବହୁ ଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ଗିରଫ ହେବା ପରେ ତଦନ୍ତ ବେଳେ ବହୁ ପରିମାଣରେ ଚୋରା ବନ୍ଧୁକ ଜବତ କରାଯାଇଥିଲା। ଏହା ପରେ ଯେଉଁ ତଦନ୍ତ ଚାଲିଥିଲା ସେତେବେଳେ ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ଟୁକୁନା ସ୍ୱାଇଁ ସାମ୍ନାକୁ ଆସିଥିଲା। ସେ ଚୋରା ବନ୍ଧୁକ କାରବାରର ମୁଖ୍ୟ ଡିଲର ଭାବେ କାର୍ୟ୍ୟ କରୁଥିଲା। ବିହାରର ମୁଙ୍ଗେରରୁ ସେ ବନ୍ଧୁକ ଆଣି ଏଠାରେ ବିକ୍ରି କରୁଥିଲା। ଟୁକୁନାକୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ତାକୁ କଟକ ଅର୍ବାନ ପୁଲିସ୍ ଡିଷ୍ଟ୍ରିକ୍ଟ ରିମାଣ୍ଡରେ ଆଣିଥିଲା। ତାକୁ ପଚରାଉଚରା ବେଳେ ସେ ବିଭିନ୍ନ ଜାଗାରେ ବନ୍ଧୁକ ଆଣି ରଖିଥିବା ଜଣାପଡ଼ିଥିଲା। ତା’ପରେ ତା’ଠାରୁ ୮ଟି ବନ୍ଧୁକ ଜବତ କରାଯାଇଛି। ଟୁକୁନା ସ୍ୱାଇଁ ଦେଇଥିବା ସୂଚନା ଭିତ୍ତିରେ ଆଉ ତିନି ଜଣ ଅପରାଧୀ ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଆଉ ଏହି ଅଭିଯାନରେ ମୋଟ ୧୧ଟି ବନ୍ଧୁକ ଜବତ କରାଯାଇଥିବା ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସିପି କହିଛନ୍ତି, ଏହି ୪ ଅପରାଧୀଙ୍କ ମଧ୍ୟରୁ ଟୁକୁନା ନାଁରେ ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୧୮ଟି ମାମଲା ରହିଛି। ସନ୍ତୋଷ ରାଉତ ନାଁରେ କଟକ ଓ ଭୁବନେଶ୍ୱରରେ ମିଶି ୫ଟି ମାମଲା ରହିଥିବା ବେଳେ ଜ୍ୟୋତିରଞ୍ଜନ ବାରିକ ନାଁରେ କଟକରେ ୫ଟି ଓ ପ୍ରଶାନ୍ତ ରାଉତଙ୍କ ନାଁରେ ୯ଟି ମାମଲା ରହିଛି। ସିପି ଆହୁରି କହିଛନ୍ତି, କମିଶନରେଟ ପୁଲିସ୍ ପକ୍ଷରୁ ଚୋରା ବନ୍ଧୁକ କାରବାର ବିରୋଧରେ ଯେଉଁ ଅଭିଯାନ ଚାଲିଛି ସେଥିରେ କଟକ ଅର୍ବାନ୍ ପୁଲିସ୍ ଡିଷ୍ଟ୍ରିକ୍ଟକୁ ଗତ ୩ ମାସରେ ବିଶେଷ ସଫଳତା ମିଳିଛି। ଏହି ସମୟ ମଧ୍ୟରେ କେବଳ କଟକ ଅର୍ବାନ୍ ପୁଲିସ୍ ଡିଷ୍ଟ୍ରିକ୍ଟ ଅଞ୍ଚଳରୁ ୪୩ଟି ଚୋରା ବନ୍ଧୁକ ଓ ୨୨୫ ଗୁଳି ଜବତ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!