ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟରେ ଲକଡାଉନ୍ ଓ ଅନଲକ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସମସ୍ତ ଡାଟାକୁ ସର୍ଭେ କରି ରାଜ୍ୟରେ ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଧିରେ ଧିରେ କୋରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାର କମୁଛି। ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କମିଯିବ ବୋଲି ଆଶା କରାଯାଉଛି। ଲୋକେ ସଚେତନ ହେଲେ କୋରୋନା ନିୟନ୍ତ୍ରଣ ହେବ। ଅନଲକ୍ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ହେବ । ଏବେ କମ୍ ରୋଗୀ ଆଇସିୟୁରେ ରହିଛନ୍ତି। ସେହିପରି ନକଲି ଔଷଧ ନେଇ ସିବିକେ ମହାନ୍ତି କହିଛନ୍ତି ଯେ, କେବଳ ନକଲି ଔଷଧ ଓଡ଼ିଶାର ନୁହେଁ ସମଗ୍ର ଦେଶରେ ରହିଛି। ଯେବେ ନକଲି ପ୍ରମାଣ ହେବ କାର୍ୟ୍ୟାନୁଷ୍ଠାନ ନିଆଯିବ। ଡ୍ରଗସ୍ କଣ୍ଟ୍ରୋଲର କାର୍ୟ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ସିବିକେ ମହାନ୍ତି । ପ୍ରକାଶ ଥାଉକି ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ହେବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ହୋଇଛି।





