ଆଗ୍ରା, (ବାଘୁଆବାର୍ତ୍ତା): ୟୁପିରେ କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଆଗ୍ରାର ପ୍ରସିଦ୍ଧ ତାଜମହଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ତାଜମହଲ ସମେତ ଅନ୍ୟ ଐତିହାସିକ ସ୍ମାରକକୁ ବନ୍ଦ କରି ଦିଆଯାଇଥିଲା । ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ଏକ ସର୍କୁଲାରେ ଜୁନ୍ ୧୬ ତାରିଖରୁ ତାଜମହଲକୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବ ବୋଲି ଘୋଷଣା କରାଯାଇଛି । ଏଏସଆଇଙ୍କ ଏଭଳି ନିଷ୍ପତ୍ତିକୁ ଆଗ୍ରା ପର୍ଯ୍ୟଟନ ସ୍ୱାଗତ କରିବା ସହ ପୁଣି ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ଲାଗି ନିବେଦନ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟ ପର୍ଯ୍ୟଟକଙ୍କୁ ସ୍ମାରକ ପ୍ରବେଶ ନିମନ୍ତେ ଅନଲାଇନରେ ଟିକେଟ୍ ବିକ୍ରି କରାଯିବ ବୋଲି ଜଣାପଡିଛି ।





