ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏବେ ଠାରୁ ରୋଡମ୍ୟାପ୍ ପ୍ରସ୍ତୁତି କରିବା ପାଇଁ ଅଣ୍ଟା ଭିଡିଛି ବିଜେପି । ବିଜେପିର କେନ୍ଦ୍ରୀୟ ସଭାପତି ଜେ.ପି ନଡ୍ଡା ରାଜ୍ୟ ଶାଖାମାନଙ୍କୁ ଚିନ୍ତନ ଶିବିର ଆୟୋଜନ ସମେତ ରଣନୀତି ପ୍ରସ୍ତୁତ କରିବା ନିର୍ଦ୍ଦେସ ଜାରି କରଛନ୍ତି । ଆସନ୍ତା ଜୁଲାଇ ୧୦ତାରିଖ ସୁଧା ରାଜ୍ୟ ବିଜେପିର ରଣନୀତି ବିଷୟରେ କେନ୍ଦ୍ରୀୟ ବିଜେପି ସଭାପତିଙ୍କ ଏ ବିଷୟରେ ପ୍ରସ୍ତାବ ଦେବେ । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ହେଲା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର । ଏହି ରାଜ୍ୟ ଗୁଡିକରେ ବିଜେପି ସରକାର ରହିଛି । ରାଜ୍ୟସ୍ତରୀୟ ବୈଠକ ପରେ ଛୋଟ ଛୋଟ ଟିମରେ ବିଜେପି ରାଜ୍ୟ ଶାଖା କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ ଯାଇ ନିର୍ବାଚନ ପ୍ରସ୍ତୁତିର ରିପୋର୍ଟ ଦେବେ । ସେହି ଅନୁଯାୟୀ ଦଳ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ବିଜେପି ନିଜର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ବୋଲି ଅନୁମାନ କରାଯାଉଛି । ଗତ ବିଧାନସଭା ନିର୍ବାଚନରେ ହୋଇଥିବା ତ୍ରୁଟି ଏଥର ବିଜେପି ଦୋହରାଇବାକୁ ଚାହଁନା । ଏଣୁ ସାଙ୍ଗଠନିକ ଗତିବିଧି ଲାଗି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଅଣ୍ଟା ଭିଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅନୁସାରେ ବିଜେପି ରାଜ୍ୟ ଶାଖାମାନଙ୍କୁ ୨୧ରୁ ୩୦ଜୁଲାଇ ମଧ୍ୟରେ କାର୍ଯ୍ୟକାରୀ ପରିଷଦର ଅନଲାଇନ୍ ବୈଠକ ଅନୁଷ୍ଠିତ କରିବା ପାଇଁ କୁହାଯାଇଛି । ଜାତୀୟ ସ୍ତରରେ ଏହି ପ୍ରଶିକ୍ଷଣ ପୂର୍ବାହ୍ନ ସାେଅଢ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ଆୟୋଜନ କରାଯିବ । ବରିଷ୍ଠ ବିଜେପି ନେତା ଦୁଷ୍ୟନ୍ତ ଗୌତମ ଓ ମୁରଲୀଧର ରାଓ ଏହି ସବୁ ପ୍ରଶିକ୍ଷଣ ଶିବିରରେ ସଂଯୋଜନା କରିବୋ ବୋଲି ନିର୍ଦ୍ଦେଶ ମିଳିଛି ।





