ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ପ୍ରେଟୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଏକ ହାଲୁକା ସିଲିଣ୍ଡର ଗ୍ରହଣ କରିବା ଅବସରରେ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ପୋଷ୍ଟକୁ ନେଇ ଶ୍ରୀଯୁକ୍ତ ପ୍ରଧାନଙ୍କୁ ବିଭିନ୍ନ ମହଲରୁ କଟୁ ସମାଲୋଚନା କରାଯାଇଛି । ସିଲିଣ୍ଡର ହାଲକା ନୁହେଁ, ଶସ୍ତା ହେବା ଆବଶ୍ୟକ ବୋଲି ସିଧାସଳଖ କୁହାଯାଇଛି । ସୂଚନାନସାରେ, ଆଓସିଏଲରୁ ଏକ ମିଶ୍ରିତ ଏଲପିଜି ସିଲିଣ୍ଡର ଗ୍ରହଣ ଶ୍ରୀଯୁକ୍ତ ପ୍ରଧାନ ଗ୍ରହଣ କରିଛନ୍ତି । ଏହି ୫ କିଲୋଗ୍ରାମ ସିଲିଣ୍ଡର ଫାଇବରରେ ନିର୍ମିତ ଏବଂ ବିଦ୍ୟମାନ ଇସ୍ପାତ ଗ୍ୟାସ ସିଲିଣ୍ଡର ଅପେକ୍ଷା ୫୦% ହାଲୁକା ଅଟେ ବୋଲି ସେ ଉଲ୍ଲେଖ କରିଛନ୍ତି । ଆଧୁନିକ ରୋଷେଇ ଘରଗୁଡିକ ପାଇଁ ଏକ ଉପଯୁକ୍ତ ଓ ସ୍ୱଚ୍ଛ ଅଟେ ବୋଲି କହିଛନ୍ତି । ଯାହା ଗ୍ରାହକଙ୍କୁ କେତେ ଗ୍ୟାସ୍ ବାକି ଅଛି ଦେଖିବା ପାଇଁ ଅନୁମତି ଦେଇଥାଏ ବୋଲି ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ଅନେକ ଲୋକ ସିଲିଣ୍ଡର ହାଲୁକା ନୁହେଁ, ଶସ୍ତା ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଗ୍ୟାସ ସିଲିଣ୍ଡର ମୁଲ୍ୟ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ହାଲକା ସିଲିଣ୍ଡର ବଦଳରେ ଗ୍ୟାସ ମୁଲ୍ୟ ହ୍ରାସ କରାଇବାକୁ ଖାଉଟି ଅନୁରୋଧ କରିଛନ୍ତି ।





