Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ଯାତନା ସହିନପାରି ମାଓ ସଂଗଠନ ଛାଡ଼ିଲେ ଦମ୍ପତି

by ସଞ୍ଜୟ ସ୍ୱାଇଁ
June 14, 2021
in Feature News
ନିର୍ଯାତନା ସହିନପାରି ମାଓ ସଂଗଠନ ଛାଡ଼ିଲେ ଦମ୍ପତି
130
VIEWS
Share on FacebookShare on Twitter

ମାଲକାନଗିରି,(ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ମାଓ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି। ଗାଂଗଲୁର କ୍ଷେତ୍ର କମିଟିର ଏହି ମାଓ ଦମ୍ପତ୍ତି ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ସହିନପାରି ସଂଗଠନ ଛାଡିଥିବା କହିଥିଲେ।ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କମଳଲୋଚନ କଶ୍ୟପ,ଡେପୁଟି ପୁଲିସ ଅଧ୍ୟକ୍ଷକ ଆଶିଷ କୁଞ୍ଜାମ, ଅତିରିକ୍ତ ଏସପି ପଙ୍କଜ ଶୁକ୍ଳାଙ୍କ ସମ୍ମୁଖରେ ଏହି ମାଓ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋରସା ଲାଚୁ ଏବଂ ପତ୍ନୀ କୋରସା ଅନିତା। ଗତ ୨୦୦୨ ମସିହାରେ ଏହି ଦମ୍ପତ୍ତି ମାଓ ସଂଗଠନରେ ସାମିଲ ହୋଇଥିଲେ। ୨୦୦୮ ମସିହାରେ ଅନିତାକୁ ବିବାହ କରିଥିଲେ। ୨୦୧୯ରେ କୋରସା ଲାଚୁ ପଦନ୍ନୋତି ପାଇ ମିଲିସିଆ କମାଣ୍ଡର ବନିଥିଲେ।ବହୁ ମାଓ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ତେବେ ଦୀର୍ଘ ଦିନ ଧରି ମାଓ ସଂଗଠନରେ କାମ କରିବା ପରେ ମଧ୍ୟ ଏମାନଙ୍କୁ ସେପରି ବ୍ୟବହାର ପ୍ରଦର୍ଶନ କରାଯାଉନଥିଲା।ଯାହାଫଳରେ ସେମାନେ ମାଓ ଆଦର୍ଶ,ଜୀବନଶୈଳୀରେ ଅସନ୍ତୁଷ୍ଟ ହୋଇ ସଂଗଠନ ଛାଡିବା ପାଇଁ ସ୍ଥିର କରିଥିଲେ। ପୁଲିସ ତରଫରୁ ଏହି ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସମସ୍ତ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!