ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନାର ନକଲି ଔଷଧ ଜବତ ହେବା ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି । ସୂଚନାନୁସାରେ, କିଛିଦିନ ତଳେ କଟକ ଅଞ୍ଚଳରୁ ନକଲି କରୋନା ଔଷଧ ଜବତ ହୋଇଥିଲା । ୟୁପି ଓ ହିମାଚଳ ପ୍ରଦେଶରୁ ଆସିଥିଲା ନକଲି କରୋନା ଔଷଧ । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନକଲି ଫାଭିପିରାଭିର ଯାଇଥିଲା । ଏହା ଧରା ପଡିବା ପରେ ଗୁରୁତ୍ୱର ସହ ବିଚାର କରି ଆଜି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।





