ପୋଲସରା, (ବାଘୁଆବାର୍ତ୍ତା): ବିଧାୟକ ହେବ ତ ଏମିତି । ଘରକୁ ଘର ବୁଲି କରୋନା ସଚେତନତା କରୁଥିବା ବେଳେ ଆଜି ପୁଣି ଏକ ମହାନତା ଦେଖିବାକୁ ମିଳିଛି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିସରରେ ଥିବା ମାଧବପୃଷ୍ଟି ସାହିରେ ବସବାସ କରୁଥିବା ଅରୁଣ କୁମାର ମୁଦୁଲି(୩୨) କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଅରୁଣଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁକୁ ନେଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଆଜି ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମେବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି । ପୂର୍ବରୁ ବିଧାୟକ ଶ୍ରୀ ସାହୁ ଘରକୁ ଘର ବୁଲି କରୋନା ସଚେତନତା କରାଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚାରେ ଥିଲେ ।





