ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପିଲାମାନଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ଖୁସିର ଖବର । ମହାମାରୀ କରୋନାର ତୃତୀୟ ଲହରକୁ ଦୃଷ୍ଟି ରଖି ଆସନ୍ତା କାଲି ଠାରୁ ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲରେ କୋଭିଡ୍ ଟିକା ପରୀକ୍ଷଣ କରାଯିବ । ଟିକାକରଣର ଫଳପ୍ରଦରା ପରୀକ୍ଷା କରିବାକୁ ନୂଆଦିଲ୍ଲୀ ଏମ୍ସ ମଙ୍ଗଳବାର ଠାରୁ ୬ରୁ ୧୨ବର୍ଷର ପିଲାଙ୍କ ପାଇଁ କ୍ଲିନିକାଲ ପରୀକ୍ଷା ପାଇଁ ନିଯୁକ୍ତି ଆରମ୍ଭ କରିବ । ଭାରତ ବାୟୋଟେକର କୋଭାକ୍ସିନ୍ ପାଇଁ ପରୀକ୍ଷା ମଧ୍ୟ ଉକ୍ତ ଦିନ ଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ୧୨ରୁ ୧୮ବର୍ଷ ବୟସଙ୍କ ପାଇଁ କୋଭାକ୍ସିନର ଗୋଟିଏ ଡୋଜ୍ ପାଇଁ ନିଯୁକ୍ତି ଓ କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଥିବା ସୂଚନା ମିଳିଛି ।





