ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ଗତକାଲି ରାତିରେ ପୁଣି ଜଣେ ମଦ ବେପାରିକୁ ଗିରଫ କରିବା ସହ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ପଲ୍ଲୀଶାସନ ଗ୍ରାମର ରାମଚନ୍ଦ୍ର ଖୁଣ୍ଟିଆ । ତାଙ୍କ ପାଖରୁ ୧୦ ଲିଟର ଦେଶୀ ମଦ ଏବଂ ୩ ଲିଟର ୩୯୦ ଏମଏଲ୍ ବିଦେଶୀ ମଦ ଜବତ କରାଯାଇଥିବା ଜଣାଯାଇଛି । ଆଜି ରାମଚନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଦିକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





