ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ପୁଲିସ ଗାଡ଼ିକୁ ଭଙ୍ଗାରୁଜା ଏବଂ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲାଠିପଡ଼ା ଟାଙ୍ଗିସାହିର ବୁଲୁ ଭଞ୍ଜ, ଜିତେନ୍ଦ୍ର ଭଞ୍ଜ, ପଣ୍ଡାସାହିର କବିରାଜ ନାୟକ ଏବଂ ନାଗପୁରର ସୁବଳ ପାତ୍ର, ଉମାକାନ୍ତ ସାହୁ, ସୁରେଶ ସାହୁ, ଉପେନ୍ଦ୍ର ଭଞ୍ଜ । ଗତ ୧୦ ତାରିଖରେ ବିଦ୍ୟୁତ୍ ସମସ୍ୟାକୁ ନେଇ ଲାଠିପଡ଼ା ସବଷ୍ଟେସନଠାରେ ରାସ୍ତାରୋକ ଏବଂ ଘେରାଉ ହୋଇଥିଲା । ଏହି ଘଟଣାରେ ଉତ୍ୟକ୍ତ ଲୋକେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ପୁଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ଇଟାମାଟି ଥାନାରେ ଯନ୍ତ୍ରୀ ସୁଦର୍ଶନ କୋଦମାସିଘଂ ଅଭିଯୋଗ କ୍ରମେ ଏକ ମାମଲା ଏବଂ ପୁଲିସ ତରଫରୁ ଅନ୍ୟ ଏକ ମାମଲା କରାଯାଇଥିଲା । ଆଜି ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।





