ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୨୦୦୪ ବ୍ୟାଚର ଆଇପିଏସ ଦୀପକ୍ କୁମାର ଉତ୍ତରାଞ୍ଚଳର ଡିଆଇଜି ଭାବେ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଏହି ରେଞ୍ଜର କେଉଁ ପ୍ରସଙ୍ଗ ଉପରେ ଅଧିକ ଫୋକସ୍ କରାଯିବ, ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡିଆଇଜି ଦୀପକ୍ କୁମାର କହିଛନ୍ତି । ମାଓ ସମସ୍ୟା ଉପରେ ରଣନୀତି ପ୍ରସ୍ତୁତ କରାଯିବ । ଏହା ପୂର୍ବରୁ ବଲାଙ୍ଗିର, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ତେଣୁ ଡିଆଇଜି ଭାବେ ତାଙ୍କୁ ଏତେ ଅସୁବିଧା ହେବନାହିଁ ବୋଲି କହିଛନ୍ତି ଉତ୍ତରାଞ୍ଚଳର ନୂତନ ଡିଆଇଜି ଦୀପକ୍ କୁମାର ।





