ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇଂଲଣ୍ଡର ଏଜବେଷ୍ଟନରେ ଚାଲିଥିବା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରେ ଘରୋଇ ଦଳକୁ ପରାସ୍ତ କରି ଦୀର୍ଘ ୨୨ବର୍ଷ ପରେ ଇଂଲଣ୍ଡ ମାଟି ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ୨୨ବର୍ଷ ପରେ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ପରାସ୍ତ କରିଛି । ୧୯୯୯ରେ ନ୍ୟୁଜିଲାଣ୍ଡ ଦଳ ଷ୍ଟିଫେନ୍ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ ସିରିଜରେ ଶେଷଥର ପାଇଁ ଜିତିଥିଲା । ୨୨ବର୍ଷ ପରେ ନ୍ୟୁଜିଲାଣ୍ଡ ଫର୍ମକୁ କମବ୍ୟାକ୍ କରିଥିବା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ବିଶ୍ୱ ଟେଷ୍ଟ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଫର୍ମ ଫେରି ମନୋବଳ ଦୃଢ କରିଛି । ସାଉଥାମ୍ଫଟନରେ ଆସନ୍ତା ଜୁମ୍ ୧୮ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମ୍ ଏଥିପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତି ହୋଇଥିବା ଜଣାପଡିଛି । ଇଂଲଣ୍ଡରେ ଘରୋଇ ଦଳକୁ ପରାସ୍ତ କରି ନ୍ୟୁଜିଲାଣ୍ଡ େବେ ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ।






