ନୟାଗଡ଼,(ବାଘୁଆବାର୍ତ୍ତା): ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଅବସର ପ୍ରାପ୍ତ ନିର୍ବାହି ଯନ୍ତ୍ରୀ ଶ୍ରୀଯୁକ୍ତ ବାନାମ୍ବର ଖଟେଇଙ୍କ ତିରୋଧାନ ରେ କମିଟି ତରଫରୁ ଗଭୀର ଶ୍ରଦ୍ଦାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସେ ପୂଜା କମିଟିର ଉପଦେଷ୍ଟା ଭାବେ ବହୁଦିନ ହୋଇଥିଲେ । ଦୁର୍ଗା ମଣ୍ଡପଠାରେ ତାଙ୍କୁ ଅନୁଷ୍ଠିତ ଶୋକ ସଭାରେ କମିଟିର ସଭାପତି ନିର୍ମଳଚନ୍ଦ୍ର ଶୁରଦେଓ, ସମ୍ପାଦକ ସୁମନକୁମାର ସାହୁ, ସହସମ୍ପାଦକ ପ୍ରଦିପ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିଭୁପ୍ରସାଦ ହୋତା ଏବଂ କମିଟିର ସମସ୍ତ ଉପଦେଷ୍ଟା ଏବଂ ସଦସ୍ୟ ମାନେ ଉପସ୍ଥିତ ଥିଲେ । କମିଟିର ବରିଷ୍ଠ ଉପଦେଷ୍ଟା ଶ୍ରୀ ନିରଞ୍ଜନ ମିଶ୍ର ତାଙ୍କର ସ୍ମୃତି ଚାରଣ କରି ନିରବ ପ୍ରାର୍ଥନା କରାଯାଇଥିଲା ।





