ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜସ୍ଥାନ କଂଗ୍ରେସରେ ଆନ୍ତରିକତା ଅଭାବ ଦେଖାଦେଇଛି । ଯାହାଫଳରେ କଣଠେସା ହୋଇ ରହିଯାଇଛି କଂଗ୍ରେସ ଦଳର ଯୁବ ରାଜନେତା ସଚିନ୍ ପାଇଲଟ୍ । ଗେହେଲୋଟଙ୍କ ଉପରେ ଅସନ୍ତୋଷ ଥିବା ସଚିନଙ୍କୁ ମନାଇବାକୁ ବାରମ୍ବାର ବିଫଳ ହେଉଛି କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱ । କଂଗ୍ରେସର ଏହି ଦୃର୍ବଳ ସମୟରେ ବିଜେପି ଫାଇଦା ଉଠାଇବାକୁ ବାରମ୍ବାର ପ୍ରୟାସ ଜାରି ରଖିଛି । ସେଥିପାଇଁ ଇସାରେ କଂଗ୍ରେସର ଯୁବ ନେତୃତ୍ୱକୁ ନିଜ ଦଳକୁ ଟାଣିବା ପାଇଁ ଇସାରାରେ ଅଫର୍ ଦେଇଛି ବିଜେପି । ବିଜେପିର ଅଫରସ ଇସାରାରେ ସଚିନ୍ ପାଇଲଟଙ୍କୁ, ଯେଉଁମାନେ ଦେଶକୁ ଆଗେ ଦେଖୁଛନ୍ତି ସେମାନଙ୍କ ପାଇଁ ବିଜେପି ଦଳର କବାଟ ସଦାସର୍ବଦା ଖୋଲା ରହିଛି । କଂଗ୍ରେସ ଦଳର କୌଣସି ଦୂରଦୃଷ୍ଟି ନାହିଁ । ତେଣୁ କଂଗ୍ରେସ ନେତାମାନେ ଦଳ ଛାଡି ଦୂରଦୃଷ୍ଟ ସମ୍ପନ୍ନ ଦଳକୁ ଚାଲିଆସିବା ଦରକାର ବୋଲି ରାଜସ୍ଥାନର ବିଜେପି ସାଂସଦ ତଥା ଅଲମ୍ଫିକ୍ ବୈଜେତା ରାଜବର୍ଦ୍ଧନ ସିଂହ ରାଠୋର । ବିଜେପିରେ ସଚିନ୍ ପାଇଲଟ ମିଶିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବିଜେପି ସାଂସଦ ବିଜେପି ଦଳ ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ରଖିଛି । ଯେଉଁମାନେ ଦେଶକୁ ପ୍ରାଥମିକତା ଦିଅନ୍ତି, ଓ ଇଣ୍ଡିଆ ଫାର୍ଷ୍ଟ ବୋଲି ଚିନ୍ତାଧାରା ରଖନ୍ତି ସେମାନଙ୍କୁ ବିଜେପି ଦଳ ପ୍ରାଥମିକତା ଦେଇଥାଏ । ଏଥର ସହିତ କଂଗ୍ରେସରେ ମତଭେଦ ଓ ମତାନ୍ତରକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱକୁ ଦାୟୀ କରିଛନ୍ତି ବିଜେପି ସାଂସଦ ରାଠୋର ।





