Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଛଡ଼ାଇ ନେଲା ଖୁସି ; ନଚ୍ଛିପୁରରେ ରଜ ଫିକା

by ସଞ୍ଜୟ ସ୍ୱାଇଁ
June 13, 2021
in Feature News
କରୋନା ଛଡ଼ାଇ ନେଲା ଖୁସି ; ନଚ୍ଛିପୁରରେ ରଜ ଫିକା
1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ପ୍ରତି ବର୍ଷ ରଜ ଆସେ । ରଜପର୍ବ ଯୋଗୁଁ ଗାଁ ଗହଳିଠାରୁ ଆରମ୍ଭ କରି ସହରର କୁଆଁରି ଝିଅମାନେ ନୂଆ ନୂଆ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ପାଦରେ ଅଳତା, ହାତରେ ଚୁଡ଼ି, ମଥାରେ କୁକୁମ ନାଇ ପହିଲି ରଜରେ ଘର ବାହାରକୁ ପାଦ କାଢ଼ିଥାନ୍ତି । ଏହି ପର୍ବ ବନ୍ଧୁ ପରିବାର ବର୍ଗଙ୍କ ଠାରୁ ଆରମ୍ଭ ହୋଇ ସାହି ପଡ଼ିଶାମାନଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ଖେଳାଇ ଦେଇଥାଏ । ଏହି ସଂସ୍କୃତି ତଥା ପର୍ବର ଆଦର ଧିରେ ଧିରେ କମି ଆସୁଥିବା ବେଳେ ସଂସ୍କୃତିକୁ ବଞ୍ଚାଇବା ଉଦ୍ଦେଶ୍ୟରେ ନୟାଗଡ଼ ବ୍ଲକ ଇକିରି ପଞ୍ଚାୟତ ନଚ୍ଛିପୁର ଗ୍ରାମର ଆଲୋକ ଜ୍ୟୋତି ୟୂଥ୍ କ୍ଲବ୍ର ସଦସ୍ୟଙ୍କ ଉଦ୍ୟମ କିଛିବର୍ଷ ହେବ ରଜକୁ ପୁଣି ଥରେ ସଜ କରାଇ ଦେଇଥିଲା । ନୟାଗଡ଼ ସଦରମହକୁମାଠାରୁ ୧୫ କି.ମି ଦୂରତାରେ ରହିଛି ନଛିପୁର ଗାଁ । ବିଗତ ପାଞ୍ଚ ବର୍ଷ ହେବ ଗାଁରେ ନିଆରା ଭାବେ ପାଳିତ ହେଉଥିବା ରଜ ଉତ୍ସବ ଦୁଇ ବର୍ଷ ହେବ କରୋନା ପାଇଁ ଫିକା ହୋଇଯାଇଛି । ଯାହାକି ନଚ୍ଛିପୁର ବାସୀଙ୍କ ମନରେ ଦୁଃଖ ସୃଷ୍ଟି କରିଛି । ଏନେଇ ଆଲୋକ ଜ୍ୟୋତି ୟୁଥ କ୍ଲବର ସଭାପତି ସନ୍ତୋଷ କୁମାର ବେହେରା ମନଦୁଃଖରେ ରଜ ଉତ୍ସବ ଆନନ୍ଦକୁ ମନେ ପକାଇଛନ୍ତି । ଗାଁ ଏବେ ଖାଁ ଖାଁ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଉତ୍ସବ ବନ୍ଦ କରିବା ନିଶ୍ଚିତ ବୋଲି କହିଛନ୍ତି ।

କେମିତି ହେଉଥିଲା ପାଳନ

ଗାଁରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଯାଏଁ ସମସ୍ତଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ରଜ ପାଇଁ ଗାଁ ବାହାରେ ରହୁଥିବା ସମସ୍ତ ଲୋକ ଗାଁକୁ ଫେରିଥାନ୍ତି । ଏହି ସମୟରେ ଗାଁର ଏକତା ଦେଖି ସବୁଠାରୁ ଅଧିକ ଖୁସି ହୋଇଥାନ୍ତି ବୟସାଧିକ ବ୍ୟକ୍ତି । ଗାଁ ସାରା ରଜଗୀତର ଧ୍ୱନିରେ କମ୍ପି ଉଠୁଥିବା ବେଳେ ସମସ୍ତେ ନାଚଗୀତର ମଜା ନେବା ସହ ସାଙ୍ଗକୁ ଦୋଳି ଖେଳ ଖେଳି ରଜକୁ ସ୍ୱାଗତ କରିଥାନ୍ତି । କୁଆଁରୀ ଝିଅମାନେ ରଜ ଗୀତ ଗାଇ ଦୋଳିରେ ଝୁଲୁ ଥିବା ସମୟରେ ଗାଁର ମହିଳା ଓ ନୂଆକରି ଗାଁରେ ପାଦ ଥାପିଥିବା ବୋହୂମାନେ ଝିଅମାନଙ୍କୁ ଉତ୍ସାହିତ କରିଛନ୍ତି । ଏଥି ସହିତ ଆଲୋକ ଜ୍ୟୋତି କ୍ଲବ ଓ ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗାଁର ଆବାଳ ବୃଦ୍ଧବନିତା ଓ ବାହାରୁ ଆସିଥିବା ଅତିଥିମାନେ ମଧ୍ୟ ସାମିଲ ହୋଇ ନିଜ ନିଜର ପାରଦର୍ଶିତା ଦେଖାଇଥାନ୍ତି । ପୁଚି ଖେଳ, ଲେମନ ସ୍ପୁନ୍, ମ୍ୟୁଜିକ୍ଚେୟାର, ବିସ୍କୁଟଖିଆ, ହୁଳହୁଳି, ଝୋଟି, ବେଲୁନ ଫଟା, ପାନଭଙ୍ଗା, କୁଇଜ୍, କବାଡ଼ି, ମାଠିଆ ଭଙ୍ଗା ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଶେଷ ଆର୍କଷଣ ଥିଲା ଯୁବକମାନଙ୍କର ମାଠିଆ ଭଙ୍ଗା । ଆଖିରେ କପଡ଼ା ବାନ୍ଧି ହାତରେ ଖଣ୍ଡେ ଠେଙ୍ଗା ଧରି ଗଛ ଡାଳରେ ବନ୍ଧା ହୋଇଥିବା ମାଠିଆକୁ ଯିଏ ଭାଙ୍ଗିପାରିବ ସେ ହେବ ଏହି ମାଠିଆ ଭଙ୍ଗା ପ୍ରତିଯୋଗିତାର ଶ୍ରେଷ୍ଠ ବିଜେତା । ଦୁଇଦିନ ଧରି ଗାଁରେ ପାଳିତ ହେଉଥିବା ଏହି ଉତ୍ସବର ପ୍ରଥମ ଦିନରେ ପ୍ରତିଯୋଗିତାର ବିଜେତାମାନଙ୍କୁ ଦ୍ୱିତୀୟ ଦିନ ପୁରସ୍କୃତ କରାଯାଇଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!