ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହର ରାଜବଗିଚା ସ୍ଥିତ ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ବାନାମ୍ବର ଖଟେଇଙ୍କ ପରଲୋକ ଘଟିଛି। ଦୀର୍ଘଦିନ ହେବ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବିଦ୍ୟୁତ ବିଭାଗରେ କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଛନ୍ତି। ସେ ବରିଷ୍ଠ ସାମ୍ୱାଦିକ ଶ୍ରୀକାନ୍ତ ଖଟେଇଙ୍କ ବଡ଼ ଭାଇ ବୋଲି ଜଣା ଯାଇଛି। ତାଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗଭୀର ଶୋକ ବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।





