ଓଡ଼ଗାଁ,(ବାଘୁଆବାର୍ତ୍ତା): ପ୍ରଫେସର ରାଧାମୋହନଙ୍କ ପାଇଁ ଜନ୍ମମାଟି ତଥା ନୟାଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକପ୍ରକାଶ ପାଇଛି ।କରୋନା କଟକଣା ମଧ୍ୟରେ ନିଜ ଗ୍ରାମ ରଙ୍ଗଣିପାଟଣା ଗ୍ରାମବାସୀଙ୍କ ପକ୍ଷରୁ ପଦ୍ମଶ୍ରୀପ୍ରଫେସର ରାଧାମୋହନଙ୍କ ସ୍ମୃତିରେ ଶୋକସଭା ପାଳନ କରାଯାଇଅଛି । ଆଜି ଅପରାହ୍ନ ୫ ଘଟିକା ସମୟରେ ପ୍ରଫେସର ତଥା ପଦ୍ମଶ୍ରୀ ରାଧାମୋହନଙ୍କ ଜନ୍ମମାଟି ରଙ୍ଗଣୀପାଟଣା ବଡସାହିରେ ଅମରଆତ୍ମାର ସଦ୍ଗତି ନିମନ୍ତେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଆମ ଓଡ଼ଗାଁ ତଥା ରଙ୍ଗଣୀପାଟଣା ଗ୍ରାମର ଗର୍ବଗୌରବ ।ଜଣେ ଖ୍ୟାତିସମ୍ପନ୍ନ ଅର୍ଥଶାସ୍ତ୍ରୀ ,ପ୍ରତିଷ୍ଠିତ ସମାଜସେବୀ ,ପରିବେଶବିତ, ଏବଂ ପଦ୍ମଶ୍ରୀ ସମ୍ମାନିତବ୍ୟକ୍ତିଙ୍କର ଦେହାନ୍ତ ଆମ ଅଞ୍ଚଳବାସୀଙ୍କ ପାଇଁ ଅପୁରଣୀୟ କ୍ଷତି । ଏ ପୃଥିବୀକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଥିଲା। ମାଟିରେ ନିମଗ୍ନ ହୋଇ ମାଟିରୁ ହିଁ ସୁନା ଫଳାଇପାରନ୍ତି ।ତାଙ୍କର ବିୟୋଗରେ ସାମାଜିକ ବିପ୍ଳବ କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତିବିଶେଷ ନିଜର ମତବ୍ୟକ୍ତ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଧିବାସ ପଣ୍ଡା ,ସରପଞ୍ଚ ବିଦ୍ୟାଧର ସାହୁ ,ରାମକୃଷ୍ଣ ସାର, ତ୍ରିନାଥ ଶୁକ୍ଳ, ବିରେନ୍ଦ୍ର ସାହୁ ,ଗୌରହରି ପାଣିଗ୍ରାହୀ, ଭାଗୀଧର ସାହୁ ,କୈଳାଶ ପାତ୍ର, ଲକ୍ଷ୍ମୀନାରାୟଣ ସାହୁ, ସନ୍ତୋଷ କୁମାର ସାହୁ ,ପ୍ରଭାତ ସାହୁ ସାମ୍ବାଦିକ ଅଶୋକ ମହାପାତ୍ର ସମେତ ଗ୍ରାମବାସୀବୃନ୍ଦ ତାଙ୍କର ସ୍ମୃତିଚାରଣ କରିଥିଲେ।ରାଧାକାନ୍ତ ଯୁବକ ସଂଘ ,ରଙ୍ଗଣୀପାଟଣା ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





