Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ମାମଲା ନାହିଁ, ତଥାପି ଟିକା ନେବାକୁ ଭୟ

by ସଞ୍ଜୟ ସ୍ୱାଇଁ
June 12, 2021
in Health, State
କରୋନା ମାମଲା ନାହିଁ, ତଥାପି ଟିକା ନେବାକୁ ଭୟ
77
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କରୋନାକୁ ନେଇ ସମଗ୍ର ଦେଶରେ ଚିନ୍ତାଜନକ ପରିସ୍ଥିତି ଥିବା ବେଳେ ଏହାକୁ ହରାଇବାକୁ ସମସ୍ତେ ଲାଗି ପଡ଼ିଛନ୍ତି। ହେଲେ ଆଜି ବି ଏପରି ବହୁ ଗାଁ ଅଛି ଯେଉଁଠାରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠା ଗୋଳା ପଞ୍ଚାୟତର ଖରବା ଗାଁ। ଆଦିମ ଜନଜାତୀ ରହୁଥିବା ଏହି ଗାଁକୁ ବିକାଶ ପହଞ୍ଚି ପାରିନାହିଁ। ହେଲେ ଏଠାକାର ଲୋକମାନେ ବହୁ ଖୁସିରେ ଅଛନ୍ତି। ଏମାନଙ୍କର ଖୁସିର କାରଣ ମଧ୍ୟ ରହିଛି। ଚାରିଆଡ଼େ କରୋନାର କରାଳ ରୂପ ଦେଖିବାକୁ ମିଳିଥିବା ବେଳେ ଏହି ଗାଁରେ କିନ୍ତୁ କରୋନା ପହଞ୍ଚି ପାରିନାହିଁ। ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିଲେ ହେଁ ଏହା ସତ। ପ୍ରଶାସନର ଗୋଟିଏ ସଚେତନତା ବାର୍ତ୍ତାକୁ ଗାଁ ଲୋକ ଗଣ୍ଠି ମାରି ରଖିଲା ମାନୁଛନ୍ତି। ଗାଁ ବାହାରକୁ କେହି ଯାଉ ନାହାନ୍ତି। ଗାଁରେ ଯାହା ମିଳୁଛି ସେତିକିରେ ଗୁଜରାଣ ମେଣ୍ଟୁନ୍ତି। ଗାଁରେ ରହୁଥିବା ପାଖାପାଖି ୯ଶହ ଲୋକଙ୍କ ମଧ୍ୟରୁ ୪୦-୫୦ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ସବୁଠାରୁ ବଡ଼ କଥା ଏମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇ ଟିକାକରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଦଫାରେ କିଛି ଲୋକ ଟିକା ନେଇଥିଲେ ହେଲେ ଟିକା ନେବା ପରେ କିଛି ଲୋକଙ୍କୁ ଜ୍ଵର ହେବାରୁ ସେମାନେ ଆଉ ଦ୍ଵିତୀୟ ଡୋଜ ଟିକା ନେଲେ ନାହିଁ କି, ଗାଁର ଅନ୍ୟ ଲୋକମାନେ ମଧ୍ୟ ଟିକା ନେବାକୁ ଆଗ୍ରହ ଦେଖାଇଲେ ନାହିଁ। ଆଶା ଦିଦି ମଧ୍ୟ ବହୁ ବୁଝାସୁଝା କରି ଥକି ଗଲେଣି। କିନ୍ତୁ ଏମାନେ ବୁଝିବାକୁ ନାରାଜ। ଏଭଳି ପରିସ୍ଥିତି ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!