ମୁମ୍ବାଇ, (ବାଘୁଆବାର୍ତ୍ତା): ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଛୋଟ ପରଦାରେ ରାଜ୍ କରିବା ପରେ ଆକ୍ଟିଂକୁ ଅଲବିଦା କହିଛନ୍ତି ମୋଷ୍ଟ ଷ୍ଟାଇଲିଶ ଡିଭା ଅନୀତା ହଂସନନ୍ଦାନୀ। ନାଗୀନ-୫ ଫେମ ଏହି ଅଭିନେତ୍ରୀ ଆକ୍ଟିଂ ଛାଡିବେ ବୋଲି କହି ନିଜ ଫ୍ୟାନ୍ସଙ୍କୁ ଚକିତ କରିଦେଇଛନ୍ତି । ନିଜ ୪ ମାସର ପୁଅ ଆରବର ଯତ୍ନ ନେବା ନିମନ୍ତେ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏକ ସାକ୍ଷାତକାରରେ ଅନୀତା କହିଛନ୍ତି, ଦୀର୍ଘ ବର୍ଷ ଧରି ଆକ୍ଟିଂ ଦୁନିଆରେ ସକ୍ରିୟ ରହିଲି । ହେଲେ ପିଲା ହେବା ପରେ ତା ଯତ୍ନ ନେବାକୁ ପ୍ରାଥମିକତା ଦେଵି ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲି । କରୋନା ଭାଇରସ ପାଇଁ ନୁହେଁ, ମୋ ପିଲା ପାଇଁ ମୁଁ ଏପରି ନିଷ୍ପତ୍ତି ନେଇଛି । ଏବେ ମୁଁ ସବୁ ସମୟ ମୋ ପିଲାକୁ ଦେବାକୁ ଚାଁହୁଛି । ଏଥିସହ ଅନୀତା କହିଛନ୍ତି, ଜାଣିନି ପୁଣି ଥରେ କେବେ ଟିଭି ଇଣ୍ଡଷ୍ଟ୍ରିକୁ ଫେରିବି । ହେଲେ ମୋ ମନ ସବୁବେଳେ ମୋ ପୁଅ ପାଖରେ ରହିବାକୁ ଚାହୁଁଛି । କରୋନା ଯୋଗୁ ତାଙ୍କ ସ୍ଵାମୀ ରୋହିତ ଘରେ ରହୁଥିବାରୁ ଉଭୟଙ୍କ ସହ ସମୟ ଅତିବାହିତ କରିବାକୁ ସେ ଆକ୍ଟିଂ ଛାଡୁଥିବା କହିଛନ୍ତି । କେବଳ ଛୋଟ ପରଦାରେ ନୁହେଁ ବଡ଼ ପରଦାରେ ଵି ନିଜ ପରିଚୟ ତିଆରି କରିପାରିଛନ୍ତି ଅନୀତା । ବହୁ ପପୁଲାର ଟିଭି ଶୋ ‘ୟେ ହେ ମୋହବତେ’, ‘କାବ୍ୟାଞ୍ଜଳି’, ‘କ୍ୟୁଁ କି ଶାଶ ଭି କଭି ବହୁ ଥି’, ‘କସମ ସେ’ ପରି ହିଟ ସିରିଏଲରେ ସେ ନିଜ ଛାପ ଛାଡିଛନ୍ତି । ସେହିପରି ବଲିଉଡ ମୁଭି ‘କୃଷ୍ଣ କଟେଜ’, ’କୁଛ ତୋ ହେ’, ‘କୋଇ ଆପ ସା’ ଓ ‘ୟେ ଦିଲ’ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି।





