ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚଳିତବର୍ଷ ରାଜ୍ୟରେ ସ୍ନାତକ (UG) ଓ ସ୍ନାତକୋତ୍ତର(PG ) ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି ଆଲୋଚନା କରିବେ । ୭ଦିନ ଭିତରେ ଆଲୋଚନା କରି ଜଣାଇବେ କୁଳପତି । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ପିଲାମାନେ ପାଠପଢା ଜାରି ରଖନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।






