Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାରେ କାମ ଚାଲିଛି, ତଥାପି ଅବାଟ କାହିଁକି, ଅବାଟର ଖଳନାୟକ କିଏ?

by ସଞ୍ଜୟ ସ୍ୱାଇଁ
June 11, 2021
in Breaking, Nayagarh
ଜିଲ୍ଲାରେ କାମ ଚାଲିଛି, ତଥାପି ଅବାଟ କାହିଁକି, ଅବାଟର ଖଳନାୟକ କିଏ?
504
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ୍ ପାଇଁ ସମସ୍ତେ ପ୍ରସ୍ତୁତ । କିଛି ଅଳିଆ ଲୋକଙ୍କ ଲାଗି ଜିଲ୍ଲା ପାଇଁ ହୋଇଛି କାଳ, ଜିଲ୍ଲା ସ୍ତରରେ କୋଭିଡ୍ କଟକଣା ପାଇଁ ସମସ୍ତେ ଚାହୁଁଥିବା ବେଳେ ଏଠି ରୋକ୍ ଲଗାଉଛି କିଏ? କରୋନା କଟକଣା ପାଇଁ ପ୍ରତିଦିନ କସରତ୍ । ତଥାପି ସମାଧାନ ବାହାରୁନି । ଆଜି ଜିଲ୍ଲା ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଜିଲ୍ଲାର କୋଭିଡ୍ ପରିସ୍ଥିତି ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଂସଦ କଟକ ଭର୍ତୃହରି ମହତାବ, ସାଂସଦ ପୁରୀ ପିନାକୀ ମିଶ୍ର, ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ,ମତ୍ସ୍ୟ ଓ ପଶୁପାଳନ ବିକାଶ ଏବଂ ଉଚ୍ଚଶିକ୍ଷା ବିଭାଗ ଡ଼ ଅରୁଣ କୁମାର ସାହୁ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ କନ୍ଧମାଳ ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି, ଜିଲ୍ଲା ପରିଷଦର ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାର କୋଭିଡ୍ ପରିସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରତି ବ୍ଲକ ଅନୁଯାୟୀ କୋଭିଡର ତଥ୍ୟ, ସଚେତନତା କାର୍ଯ୍ୟକ୍ରମ, ଟିଏମସି, ସଙ୍ଗରୋଧ, ଟୀକାକରଣ,ଅକ୍ସିଜେନ ଆଦି ସଂପର୍କୀତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଡ଼ ଟୁଡୁ ଜିଲ୍ଲାରେ ବିଭିନ୍ନ କୋଭିଡ୍ କେୟାର ହୋମ ଓ ଚାନ୍ଦପୁରରେ ଥିବା କୋଭିଡ୍ ହସପିଟାଲର ବିଭିନ୍ନ ସୁବିଧା ଓ ପ୍ରସ୍ତୁତି ଉପରେ ଜଣାଇଥିଲେ । ଏହା ପୂର୍ବରୁ ଜିଲ୍ଲାପାଳ ଡ଼ ଟୁଡୁ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ୪ଗୋଟି ଅଲଗା ଅଲଗା ବୈଠକ ସ୍ୱତନ୍ତ୍ର ଭାବେ କରି ପ୍ରତି ପଂଚାୟତସ୍ତରୀୟ କୋଭିଡ୍ ପରିସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି ବୋଲି ପ୍ରକାଶ କରିଥିଲେ । ପ୍ରାୟତଃ ବର୍ତମାନ ଜିଲ୍ଲାର ପରିସ୍ଥିତି ମୋଟାମୋଟି ଉପରେ ଭଲ ଅଛି ଏବଂ ଜିଲ୍ଲାସ୍ତରରେ ଥିବା କୋଭିଡ୍୍ ମନିଟରିଂ ସେଲରୁ ପ୍ରତି କୋଭିଡ୍ କେସକୁ ପ୍ରତିଦିନ ନଜର ରଖାଯାଉଛି ବୋଲି ମତ ପ୍ରକାଶ କରିଥିଲେ । ମାନ୍ୟବର ସାଂସଦ ଓ ବିଧାୟକମାନେ ବିଭିନ୍ନ ମତ ରଖିଥିଲେ ଯେପରି ଜିଲ୍ଲାକୁ ଏହି ମହାମାରୀରୁ ପ୍ରତିହତ କରାଯାଇପାରିବ । ମୁଖ୍ୟତଃ ଅଧିକ ସଚେତନତା ସୃଷ୍ଟି କରିବା , ଛୋଟ ଛୋଟ ସମସ୍ୟାମାନଙ୍କୁ ଧ୍ୟାନ ଦେବା, ଟୀକାକରଣ ବଢ଼ାଇବା, ଆରଟିପିସିଆର ପରୀକ୍ଷାକୁ ବଢ଼ାଇବା, ଟୀକାକରଣ କେନ୍ଦ୍ରରେ ପ୍ରତୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଇବା, ଜଟିଳ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଯେମିତିକି କାଜୁଆଲଟିକୁ ରୋକାଯାଇପାରିବ ସେ ସଂପର୍କରେ ମତାମତ ପ୍ରକାଶ ପାଇଥିଲା । ଏହାକୁ ଆହୁରି ଭଲ ଭାବରେ କରାଯିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶକ୍ତିପ୍ରସାଦ ମିଶ୍ର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ କାମ ଚାଲିଛି, ତଥାପି ଅବାଟ କାହିଁକି, ଅବାଟର ଖଳନାୟକ କିଏ? ଘୁରି ବୁଲୁଛି ସରକାରୀ କାଗଜ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!