ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁରୀ-କାମାକ୍ଷାକୁ ଚାଲିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ସୂଚନାନୁସାରେ, ପୁରୀ ଓ କାମାକ୍ଷା ରେଳ ରାସ୍ତାରେ ଚାଲିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ । ଟ୍ରେନ ନଂ-୦୫୬୪୪/୦୫୬୪୩ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ ଟ୍ରେନ୍ କାମାକ୍ଷା ଠାରୁ ଜୁନ୍ ୨୪ତାରିଖରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଜୁନ୍ ୨୪ତାରିଖରୁ ପ୍ରତ୍ୟେକ ଗୁରୁବାର ରାତି ୧୧ଟା ୪୫ମିନିଟରେ ଛାଡିବ । ସେହିପରି ଉକ୍ତ ଟ୍ରେନଟି ପୁରୀ ଠାରୁ ଜୁନ୍ ୨୬ ତାରିଖରୁ ପ୍ରତ୍ୟେକ ଶନିବାର ରାତି ୧୦ଟା ୫ମିନିଟରେ ଛାଡିବ । ପୁରୀ-କାମାକ୍ଷା ସ୍ୱତନ୍ତ୍ର ଟ୍ରେନଟି ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ ଯାଜପୁର, କେନ୍ଦୁଝର ରୋଡ ଓ ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବ ଏବଂ ପୁରୀ ଓ କାମାକ୍ଷା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ହାୱଡ଼ା, କାଟୱା, ମାଲଦା ଟାଉନ୍, ନ୍ୟୁ ଜଲପାଇଗୁଡି ଓ ନ୍ୟୁ ଅଲିପୁରଦୁଆର ଷ୍ଟେସନରେ ରହଣି କରିବ । ଏହା ପୂର୍ବରୁ ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ ଟ୍ରେନ୍ କାମାକ୍ଷା ଠାରୁ ଜୁନ୍ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରିଛି ରେଳ ମନ୍ତ୍ରଣାଳୟ ।





