ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ । ଆରମ୍ଭ ହେଲାଣି କାଉନ୍ ଡାଉନ୍ । ଉତ୍ତର ପ୍ରଦେଶ ବିଜେପି ରାଜନୀତିରେ ମଧ୍ୟ ସରଗରମ୍ ହେଲାଣି । କିଏ ହେବ ପ୍ରାର୍ଥୀ ତାକୁ ନେଇ ଚାଲିଛି ମାନସ ମନ୍ଥନ । ମାନଓ ମନ୍ଥନ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ରୁଦ୍ଧ ଦ୍ୱାରା ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି ଯୋଗୀ । ଉତ୍ତର ପ୍ରଦେଶରେ ସରକାର ମହାମାରୀ କରୋନାକୁ ନିୟନ୍ତ୍ରଣ କରିବା ବିଫଳ ହୋଇଥିବାରୁ ବିଜେପି ଦଳର ଛବି ମଳିନ ପଡିଛି । ଗୋଟିଏ ପଟେ ଯୋଗୀ ସରକାର ଛବି ମଳିନ ପଡିବା ଥିବା ବେଳେ ଆଉ ଗୋଟିଏ ପରେ କଂଗ୍ରେସ ଦଳ ଛାଡି ଆଜି ବିଜେପି ଯୋଗ ଦେଇଛନ୍ତି ଜିତିନ୍ ପ୍ରସାଦ୍ । ଯୋଗୀଙ୍କ ନେତୃତ୍ୱକୁ ଦଳୀୟ ନେତା ବିରୋଧ କରିବା ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିଛନ୍ତି । ଆସନ୍ତା ନିର୍ବାଚନରେ ଉତ୍ତର ପ୍ରଦେଶ ବିଜେପିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।





