କୋଲକାତା, (ବାଘୁଆବାର୍ତ୍ତା): ବିଜେପି ମୋହ ତୁଟାଇଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଥିବା ମୁକୁଲ ରୟ । ବିଜେପି ଛାଡି ଘର ବାହୁଡା ହେଲେ ମୁକୁଲ ରୟ । ବିଜେପି ଛାଡି ଟିଏମସି ମିଶିଲା ପରେ ବିଜେପିକୁ କଟାକ୍ଷ କରିଛନ୍ତି ମୁକୁଲ । ମୁକୁଲ ଘର ବାହୁଡାକୁ ନେଇ ଆଜି ଦିନ ତମାମ୍ ଆଲୋଚନା ହେଉଥିଲା । ପରିଶେଷରେ ବିଜେପି ମୋହ ତୁଟାଇ ଟିଏମସି ଯୋଗ ଦେଇଛନ୍ତି ମୁକୁଲ ରୟ ।





