ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଉ କିଛି ସମୟ ପରେ ବିଜେପି ଦଳକୁ ଲାଗିବ ଶକ୍ତ ଝଟକା । ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦଳ ଛାଡି ଟିଏମସି ମିସିବେ । ସେଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଟିଏମସି କାର୍ଯ୍ୟାଳୟରେ ଡେରା ପକାଇଥିନା ଜଣାପଡିଛି । ସୂଚନାନୁସାରେ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଥିବା ମୁକୁଲ ରାୟ ବିଜେପି ପ୍ରିତି ଛାଡି ଟିଏମସି ଦଳରେ ଯୋଗ ଦେବାକୁ ମନ ବଳେଇଛନ୍ତି । ଯେଉଁଥି ପାଇଁ ଆଜି ଟିଏମସି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । କେବଳ ମୁକୁଲ ରାୟ ବିଶିବେ ତାହା ନୁହେଁ ପୁଣି ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଟିଏମସି ମିଶିବା ନେଇ ସ୍ପଟ ହୋଇଛି । ଉଭୟ ବାପ ପୁଅ ବର୍ତ୍ତମାନ ବିଜେପି ଦଳର ସଦସ୍ୟ ରହିଛନ୍ତି । ମୁକୁଲ ରୟ ୨୦୧୭ରେ ଟିଏମସି ଛାଡି ବିଜେପିରେ ଯୋଇ ଦେଇଥିଲେ । ତେବେ ପଶ୍ଚିମବଙ୍ଗରେ ଚଳିତ ବର୍ଷ ନିର୍ବାଚନରେ ବିଜେପି ଶୋଚନୀୟ ପରାସ୍ତ ହେଲା ପରେ ଉଭୟ ବାପ ପୁଅ ଟିଏମସି ଦଳକୁ ଫେରିବା ନେଇ ବର୍ତ୍ତମାନ ଅଙ୍କକଷା ଚାଲିଛି ।





