ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ତହସିଲ ଅନ୍ତର୍ଗତ ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଘର ନିକଟରେ ଘରବାଡି ପଟ୍ଟା ଓ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରିବା ନିମନ୍ତେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟଠାରେ ଆଜି ରାଜସ୍ବ ରଥର ଶୁଭାରମ୍ଭ ହୋଇଛି । କରୋନା ମହାମାରୀ ସମୟରେ ସଂପୃକ୍ତ ବ୍ୟକ୍ତି ବିଶେଷ ଅଫିସକୁ ନଆସି ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ସେମାନଙ୍କ ଘର ନିକଟରେ ପ୍ରଦାନ କରିବା ପାଇଁ ପୂର୍ବରୁ ସରକାର ଘୋଷଣା କରିଛନ୍ତି । ଏହି କ୍ରମରେ ଓଡ଼ଗାଁ ତହସିଲର ସମସ୍ତ ରାଜସ୍ୱ ସର୍କଲରେ ଏହି ସେବା ପ୍ରଦାନ କରାଯିବ । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ପତାକା ଦେଖାଇ ରାଜସ୍ୱ ରଥର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ଲୋକମାନେ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ପ୍ରମାଣପତ୍ର, ଆୟ ପ୍ରମାଣ ପତ୍ର, ଦାଖଲ ଖାରଜ, ଜମି ପଟ୍ଟା , ଜମିର ନକଲ ପଟ୍ଟା ସୁବିଧାରେ ଏବଂ କମ ସମୟ ମଧ୍ୟରେ ପାଇ ପାରିବେ ବୋଲି ଆଶା ପ୍ରକାଶ କରାଯାଉଛି । ଏହି କାର୍ୟ୍ୟକ୍ରମରେ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ସମେତ ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।





