Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମରେ ବାଧକ ସାଜିଲା ପ୍ରେମିକା ବାପା, ପ୍ରେମିକ ଘଟାଇଲା ଉନ୍ମୁତ୍ତ କାଣ୍ଡ

by ସଞ୍ଜୟ ସ୍ୱାଇଁ
June 11, 2021
in Crime, State
ପ୍ରେମରେ ବାଧକ ସାଜିଲା ପ୍ରେମିକା ବାପା, ପ୍ରେମିକ ଘଟାଇଲା ଉନ୍ମୁତ୍ତ କାଣ୍ଡ

Silhouette of a man with knife standing behind glass wall, thriller

352
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପ୍ରେମ କରୁଥିଲେ ଉଭୟ ଯୁବକ-ଯୁବତୀ । ବିବାହ କରିବା ପାଇଁ ନେଇଥିଲେ ନିଷ୍ପତ୍ତି । ହେଲେ ବାହାରେ ବୁଲିବାକୁ ମନା କରୁଥିଲେ ପ୍ରେମିକାର ବାପା । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ଘଟାଇଲା ଉନ୍ମତ୍ତ କାଣ୍ଡ । ପ୍ରେମିକାର ବାପାଙ୍କୁ ଆକ୍ରମଣ କରି ଆହତ କଲା ପ୍ରେମିକ । ପରେ ମାମଲା ରୁଜୁ କରି ଅମାନିଆ ପ୍ରେମିକକୁ ଗିରଫ କରିଛି ପୁଲିସ । ଏଭଳି ଏକ ଘଟଣା ବଳିଆପଣ୍ଡା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆହତ ଜଣକ ହେଲେ ମହାରଣା ସାହିର ସୁନୀଲ ମାହାତେ । ଆକ୍ରମଣ କରି ଗିରଫ ହୋଇଥିବା ପ୍ରେମିକ ହେଲା ସେହି ସାହିର ମୋହନ ସ୍ୱାଇଁ (୨୦) । ପୁଲିସ କହିଛି ଯେ, ମୋହନ କିଛି ଦିନ ଧରି ସୁନୀଲଙ୍କ ଝିଅ ରଚନା ମାହାତେଙ୍କୁ ପ୍ରେମ କରୁଥିଲା । ଉଭୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ବିବାହ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ରଚନାଙ୍କୁ ସାଙ୍ଗରେ ନେଇ ବାହାରେ ବୁଲିବାକୁ ମୋହନ ବାଧ୍ୟ କରୁଥିବାବେଳେ ସୁନୀଲ୍‌ ଏହାକୁ ପସନ୍ଦ କରୁନଥିଲେ । ତେଣୁ ଝିଅକୁ ସେ ବାରଣ କରି ମୋହନକୁ ବୁଝାଇଥିଲେ । ଏଥିରେ ମୋହନର ମୁଣ୍ଡକୁ ପିତ୍ତ ଚଢିଯାଇଥିଲା । ବଡଭାଇ ଚନ୍ଦନ ସ୍ୱାଇଁ ସହ ମିଶି ରାତିରେ ଅତର୍କିତ ଆକ୍ରମଣ କରିଥିଲା ମୋହନ । ଏନେଇ ସୁନୀଲଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଥିଲା । ମୋହନକୁ ଗିରଫ ପରେ ନୋଟିସ୍‌ ଦେଇ ପୁଲିସ ଛାଡିଦେଇଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!