ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ବିଦ୍ୟୁତ୍ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି । ସାଧାରଣଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଗତକାଲି ଦିନ ୨ଟା ପରଠାରୁ ଲାଠିପଡ଼ା ବିଦ୍ୟୁତ୍ ସବଷ୍ଟେସନ ଦ୍ୱାରା ବିଦ୍ୟୁତ୍ ଯୋଗାଣ ହେଉଥିବା ୪ଟି ପଞ୍ଚାୟତରେ ଅନ୍ଧାକାର ପରିସ୍ଥିତି ସୃଷ୍ଟି ହୋଇଛି । ସବଷ୍ଟେସନରେ ବିଦ୍ୟୁତ୍ ସମସ୍ୟା ଦେଖା ଦେବାରୁ ବାରମ୍ବାର ବିଦ୍ୟୁତ୍ କାଟ କରାଯିବା ଏବଂ ୫ଟି ଟ୍ରାନସ୍ପଫର୍ମରକୁ ବିଦ୍ୟୁତ୍ ଯୋଗାଣ ଦେଇ ଅନ୍ୟକୁ ବିଚ୍ଛିନ୍ନ କରାଯାଇଛି । ଫଳରେ ବୁଧବାର ରାତିସାରା ଅନ୍ଧକାର ପରିସ୍ଥିତି ଦେଇ ଲାଠିପଡ଼ା, ଗମ୍ଭାରିଡିହି, ଇକିରି ଏବଂ ନୋତର ପଞ୍ଚାୟତର ୩୦ରୁ ଉଦ୍ଧ୍ୱ୍ର୍ର ଗ୍ରାମବାସୀ କାଳାତିପାତ କରିଛନ୍ତି । ଯାହାକୁ ନେଇ ଆଜି ଲାଠିପଡ଼ାଠାରେ ଶହ ଶହ ସଂଖ୍ୟାରେ ଲୋକ ରାସ୍ତାରୋକ କରିବା ସହ ବିଦ୍ୟୁତ୍ ସବଷ୍ଟେସନ ଘେରାଉ କରିଛନ୍ତି । ମଜୁରିଆପଲ୍ଲୀ ଦର୍ପନାରାୟଣପୁର ରାସ୍ତାକୁ ଆଜି ଅପରାହ୍ନରୁ ଟାୟାର ଜାଳି ଅବରୋଧ କରାଯାଇଛି ।





