Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଘଟଣା ପରେ ଖୋଲିଗଲା ମୁଖା

by ସଞ୍ଜୟ ସ୍ୱାଇଁ
June 10, 2021
in Accident, Crime, State
ଦୁର୍ଘଟଣା ପରେ ଖୋଲିଗଲା ମୁଖା
525
VIEWS
Share on FacebookShare on Twitter

ଟିଟିଲାଗଡ଼, (ବାଘୁଆବାର୍ତ୍ତା): ପ୍ରଥମେ ମେଣ୍ଢାକୁ ଧକ୍କା ଦେଲେ। ତା’ପରେ ଜଣେ ସାଇକେଲ୍ ଚାଳକଙ୍କୁ ପିଟି ଦେଲେ। ମେଣ୍ଢା ମରିଗଲା। ସାଇକେଲ୍ ଚାଳକ ଆହତ ହେଲେ। ଏହା ପରେ ଲୋକଙ୍କ ହାବୁଡ଼ରେ ପଡ଼ିବା ପୂର୍ବରୁ ବାଇକ୍ ଚଲାଉଥିବା ଲୋକଟି ଫେରାର ହୋଇଗଲା। କିନ୍ତୁ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଧରାପଡ଼ିଗଲେ। ତେବେ ବାଇକ୍‌ରେ ଥିବା ବ୍ୟାଗ୍ ଖୋଲିବା ପରେ ଲୋକେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ। କାରଣ ସେହି ବ୍ୟାଗ୍‌ରେ ଥିଲା ଗଞ୍ଜେଇ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ନିକଟରେ। ଆଜି ସକାଳ ପ୍ରାୟ ୭ଟା ବେଳେ ଦୁଇ ଜଣ ବାଇକ୍ ଆରୋହୀ ଦ୍ରୁତଗତିରେ ବେଲଗାଁ ପଟୁ ଟିଟିଲାଗଡ଼ ଆଡ଼କୁ ଯାଉଥିବାଳେ ତରସିଂହ ଗାଁ ନିକଟରେ ଗୋଟିଏ ମେଣ୍ଢାକୁ ଧକ୍କା ଦେଇଥିଲେ। ମେଣ୍ଢାଟି ଘଟଣାସ୍ଥଳରେ ମରି ଯାଇଥିଲା। ତା’ପରେ ପରେ ସେମାନେ ଜଣେ ସାଇକେଲ୍ ଆରୋହୀଙ୍କୁ ପିଟି ଦେଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେବା ପରେ ବାଇକ୍ ଛାଡ଼ି ଚାଳକ ଜଣଙ୍କ ଖସି ପଳାଇଥିଲେ। ତେବେ ବାଇକ୍ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଲୋକେ ବାଇକ୍‌ରେ ଥିବା ବ୍ୟାଗ୍‌ଟିକୁ ଯାଞ୍ଚ କଲା ବେଳେ ସେଥିରେ ୮ ପ୍ୟାକେଟ୍ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସେମାନେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବାଇକ୍ ଓ ଗଞ୍ଜେଇ ଜବତ କରିଛି। ପୁଲିସ୍ ପକ୍ଷରୁ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ। ତଦନ୍ତ ଜାରି ରହିଥିବାରୁ ପୁଲିସ୍ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!