ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ଘଟୁଥିବା ବେଳେ ଆଜି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ରଣପୁର ତହସିଲ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଗାଁବାଣିକିଲୋ ଗ୍ରାମକୁ ନିଷିଦ୍ଧାଞ୍ଚଳ କରାଯାଇଥିବା ସୂଚନା ମିଳିଛି । ତହସିଲଦାର ସଂଜୟ କୁମାର ସାମନ୍ତରାୟ ଆଜି ସକାଳ ୯ଟାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।





