ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ୫ଟି ସ୍ଥାନରୁ ନିଷିଦ୍ଧାଞ୍ଚଳ ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି । ତହସିଲଦାରଙ୍କ ନିର୍ଦ୍ଦେଶ ଗୈାଡ଼ପୁଟ ବାରିକସାହି, ଡିମିସର ନୂଆସାହି, ପଞ୍ଚୁମୁ ଦୟାନଝରୀ, ଶିଖରପୁର କମାଣସାହି, ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ପଥରାନୂଆସାହିରୁ ନିଷିଦ୍ଧାଞ୍ଚଳ ପ୍ରତ୍ୟାହୃତ ହୋଇଥିବା ନିର୍ଦ୍ଦେଶ ଦିଆଯାଇଛି । ତହସିଲଦାର ବିଜେୟିତା ସାମନ୍ତସିଂହାର ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।





