ନୟାଗଡ଼,(ବାଘୁଆବାର୍ତ୍ତା): ରଜ ଓ ସାବତ୍ରୀ ପାଇଁ ଆଜି ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରକ୍ଷା ହୋଇନଥିବା ଜଣାଯାଇଛି । ନୟାଗଡ଼ ସହରର ବିଭିନ୍ନ ବ୍ୟବସାୟୀଙ୍କଠାରୁ ୫ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ସୂଚନା ଦେଇଛନ୍ତି । ସେହିଭଳି ଭାବେ ରଣପୁର ପୁଲିସ ଆଜି ୩ଟି ଦୋକାନ ସିଲ କରିଥିବା ଜଣାଯାଇଛି । ସୁନାଖଳାରେ ଦୁଇଟି ଏବଂ ଗୋପାଳପୁରଠାରେ ଗୋଟିଏ ଲୁଗା ଦୋକାନ ସିଲ କରାଯାଇଥିବା ସୂଚନା ମିଳିଛି । ରଣପୁର ପୁଲିସ ୪୦ ଜଣ ଅମାନିଆଙ୍କଠାରୁ ମୋ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ସେହିଭଳି ଭାବେ ଦଶପଲ୍ଲା ପୁଲିସ ଆଜି ବିଭିନ୍ନ ସ୍ଥାନରୁ ୩ ହଜାରରୁ ଉଦ୍ଧ୍ୱର୍ ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।





