ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଲିସକୁ ମିଳିଲା ବଡ଼ ସଫଳତା । ଗଞ୍ଜେଇ ବ୍ୟବସାୟୀଙ୍କ ପାଦୃଭାବ କମେଇବାକୁ ଯାଈ ପୁଲିସ ଚଢଉ କରି ବସ୍ତା ବସ୍ତା ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା ଦୁର୍ଗମ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଏବଂ ମୁଚୁକିଗଡା ଛକରେ ଥିବା ଏକ ଘରେ ଗଞ୍ଜେଇ ବ୍ୟବସାୟ ହେଉଥିବା ନେଇ ମୁନିଗୁଡା ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ଘରେ ଚଢାଉ କରିଥିଲା । ଉକ୍ତ ଘରୁ ୬୫୩କେଜି ଗଞ୍ଜେଈ ଜବତ କରିବା ସହ ଗଞ୍ଜେଇ ବ୍ୟବସାୟୀ କବିରାଜ ଜାଗରଙ୍ଗା, ଭୀମ ଜାଗରଙ୍ଗା, ପ୍ରସାଦ ଜଗରଙ୍ଗା ଓ ତ୍ରିନାଥ ଜାଗରଙ୍ଗାଙ୍କୁ ଗିରଫ କରି କୋଭିଡ୍ ଟେଷ୍ଟ କରାଯାଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ଲକ୍ଷ ହେବ ବୋଲି ଜଣାପଡିଛି ।





